pakka

ବିପୁଳ ପରିମାଣର ଗଞ୍ଜେଇ ଜବତ

bbehera

ଲମତାପୁଟ : ନନ୍ଦପୁର, ମାଛକୁଣ୍ଡ ଓ ଲମତାପୁଟ ପୋଲିସ ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଦୁଇଟି ଗଞ୍ଜେଇ ବୋଝେଇ ଟ୍ରକ ସହ ୩ ଜଣକୁ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ନନ୍ଦପୁର ପୋଲିସ ଖିଲିବା ଛକ ନିକଟରେ ନାକାବନ୍ଦି କରିଥିଲା । ଏହି ସମୟରେ ପୋଲିସର ବ୍ୟାରିକେଡ୍ ଭାଙ୍ଗି ଏକ ଟ୍ରକ୍ ଦ୍ରୁତ ଗତିରେ ଚାଲିଯାଇଥିଲା । ପୋଲିସ ପିଛା କରି ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମୁଖରେ ଟ୍ରକକୁ ଅଟକାଇବାରେ ସଫଳ ହୋଇଥିଲା । ଟ୍ରକ୍‌କୁ ଯାଞ୍ଚ୍ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ଏହା ସହ ଦୁଇ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ କାବୁ କରିଥିଲା ପୋଲିସ । ଟ୍ରକରୁ ୨୧ ଟି ବସ୍ତାରେ ପ୍ରାୟ ୫ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୫୦ ଲକ୍ଷ ହେବ ବୋଲି ପୋଲିସ କହିଛି । ଏହି ଗଞ୍ଜେଇ ପାଡୁଆ ଅଞ୍ଚଳରୁ ରାଜସ୍ଥାନକୁ ଚୋରା ଚାଲାଣ ହେଉଥିଲା । ଗିରଫ ବ୍ୟକ୍ତି ଦୁଇ ଜଣ ଉତ୍ତପ୍ରଦେଶର ପ୍ରେପାଲ ସିଂ ଏବଂ ଦେବେନ୍ଦ୍ର ସିଂ ବୋଲି ଜଣାପଡିଛି ।

ସେହିଭଳି ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବାଙ୍ଗୁରପଡା ଛକ ନିକଟରେ ନାକାବନ୍ଦୀ କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇବା ଦେଖି ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଏବଂ ମାଫିଆ ଫେରାର ହୋଇଯାଇଥିବା ବେଳେ ସହଯୋଗୀକୁ କାବୁ କରିନେଇଥିଲା ପୋଲିସ । ଗାଡିକୁ ଯାଞ୍ଚ୍ କରିବାରୁ ୮ଟି ବସ୍ତାରେ ଅଢେଇ କୁଇଣ୍ଟାଲ ଗଞ୍ଜେଇ ରହିଥିଲା । ଏହାର ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ବ୍ୟକ୍ତି ଜଣକ ସୁର୍ମୀ ଗାଁର ଧନେସ ସୀସା ବୋଲି ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

fourteen − thirteen =

error: Content is protected !!