pakka

୮ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ପୁଲିସ, ୨ ଗିରଫ

bbehera

ଗୋଛାପଡା : ଫିରିଙ୍ଗିଆ ଓ ଗୋଚ୍ଛାପଡା ପୁଲିସ ଜବତ କରିଛନ୍ତି ୮ କ୍ୱିଣ୍ଟାଲରୁ ଅଧିକ ଚୋରା ଗଞ୍ଜେଇ । ସୂଚନା ଅନୁଯାୟୀ, ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ରଖାଯାଇଥିବା ଖବର ପାଇ ଗୋଛାପଡ଼ା ପୁଲିସ କଟ୍ରିଙ୍ଗିଆ ପଞ୍ଚାୟତ ଡୁମ୍ବେରିକ୍ଷେତ ଗ୍ରାମର କାର୍ତ୍ତିକେଶ୍ୱର ଦିଗାଲଙ୍କ ଘରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତାଙ୍କ ଘରୁ ୭ କୁଇଣ୍ଟାଲ ୧୦ କିଲୋ ୫୦୦ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ ଏ ସଂକ୍ରାନ୍ତରେ ଗୋଛାପଡ଼ା ଥାନାରେ ୪୫/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଗୋଛାପଡ଼ା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ।

ସେହିଭଳି ଶନିବାର ଫିରିଙ୍ଗିଆ ପୋଲିସ ୧୦୬ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି । ଚାଲାଣରେ ବ୍ୟବହୃତ ଏକ କାର ମଧ୍ୟ ପୁଲିସ ଦ୍ଵାରା ଜବତ ହୋଇଛି । ସୂଚନା ମୁତାବକ ଏକ କାର(ଓଡି ୦୨ ଜି ୪୭୦୨)ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ପୋଲିସ ମାଝିପଡା ଘାଟିରେ ଚଢ଼ାଉ କରି ଗାଡିକୁ କାବୁ କରିଥିଲା । ତେବେ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ପୁଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଆଉ ଦୁଇଜଣ ଫେରାର ହୋଇ ଯାଇଥିଲେ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ତାଳପଡା ଅଂଚଳର ମାନିଆ ଦିଗାଲ ବୋଲି ଜଣାପଡିଛି । ପୁଲିସ ମାନିଆକୁ ଗିରଫ କରିବା ସହ ୪୬/୨୩ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ଥାନା ଅଧିକାରୀ ତପନ କୁମାର ନାହାକ ।

jay balangir
Leave A Reply

Your email address will not be published.

1 × one =

error: Content is protected !!