om academy

ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କଲା ମାଛକୁଣ୍ଡ ପୋଲିସ

jsm

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କମେଲ ଏବଂ ପାଲାମ ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ । କଡ଼ା ସୁରକ୍ଷା ମଧ୍ୟରେ ମାଛକୁଣ୍ଡ, ଲମତାପୁଟ, ଜୋଲାପୁଟ, କୋରାପୁଟ ପୋଲିସ, ଡି.ବି.ଏଫ, ଅବକାରୀ ବିଭାଗ, ବନ ବିଭାଗ ଏବଂ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୨୩ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ମାଛକୁଣ୍ଡ ପୋଲିସ । ପ୍ରାୟ ୨୭ ହଜାର ୬ ଶହ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.