csstore

ଗଣେଶ ମଣ୍ତପ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗଂଜାଡାବର ଗ୍ରାମରେ ସାଂସଦ ପାଣ୍ଠିରେ ନିର୍ମିତ ଗଣେଶ ମଣ୍ଡପକୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉଦ୍‌ଘାଟନ କରିଛନ୍ତି । ଶ୍ରୀ ପୁରୋହିତ ବିଧାୟକ ଥିବା ବେଳେ ତାଙ୍କ ପାଣ୍ଠିର ୧ ଲକ୍ଷ ୫୦ ହଜାର ଓ ସାଂସଦ ସୁରେଶ ପୂଜାରୀଙ୍କ ୧ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନରେ ଏହି ଗଣେଶ ମଣ୍ତପ ନିର୍ମିତ ହୋଇଛି । ଏହି ଉଦ୍‌ଘାଟନ ଉତ୍ସବ କାର୍ଯ୍ୟକ୍ରମରେ ଶତାଧିକ ମହିଲା ପୁରୁଷ ଉପସ୍ଥିତ ଥିବା ବେଳେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାମଲ, ମଦନ ମାଝୀ, ବିରଞ୍ଚି ବେହେରା, ଭଗବାନ ତାଣ୍ଡି, ଭଗବାନ ମାଝୀ, ଭୀମସେନ ବହିଦାର, ଅଭି ମାଝୀ, ଯୋଗେନ୍ଦ୍ର ଭୋଇ, ରାଜେନ୍ଦ୍ର ସେଠଙ୍କ ସମେତ ବିଜେପିର ବହୁ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ଯୁବ ନେତା ପଙ୍କଜ ମାଝୀ ଉଦ୍‌ଘାଟନ ଉତ୍ସବକୁ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.