pakka

ସୁନା ବ୍ୟବସାୟୀ ଗଜାନନ ହତ୍ୟା ମାମଲା : ଆତ୍ମସମର୍ପଣ କରି ଥାନାରୁ ନିଖୋଜ ଅଭିଯୁକ୍ତ

bbehera
  • ୭ମାସ ପରେ ଭାଇ ସହ ଆସି ଥାନାରେ କରିଥିଲେ ଆତ୍ମସମର୍ପଣ
  • ପୁଅ ଥାନାରେ ନ ଥିବାର ଅଭିଯୋଗ ଆଣିଲେ ବାପା
  • ଆତ୍ମସର୍ମପଣ ଘଟଣାକୁ ପୁଲିସର ଅସ୍ବିକାର

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୭ମାସ ତଳେ ହୋଇଥିବା ନିଖୋଜ ସୁନା ବ୍ୟବସାୟୀ ହତ୍ୟାକାଣ୍ଡ ଘଟଣାରେ ସୁନା ବ୍ୟବସାୟୀ ଗଜାନନକୁ ଅପହରଣ କରି ନେଇଥିବା ଅଭିଯୋଗର ଅଭିଯୁକ୍ତ ଶୀର ରଣା ମଙ୍ଗଳବାର ସକାଳ ୧୦ଟା ସମୟରେ ଦେଓଗାଁ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ସେହିଦିନ ଅପରାହ୍ନରେ ଥାନାରୁ ଶୀର ନିଖୋଜ ଥିବା ବିଷୟରେ ପରିବାର ଲୋକ ଜାଣିବା ପରେ ଅଭିଯୋଗ କରିଛନ୍ତି । ବୁଧବାର ସକାଳେ ଶୀର ରଣା କେଉଁଠି ତାକୁ କୋର୍ଟ ଚାଲାଣ କରାଯାଉ ସେ ଯଦି ଦୋଷୀ ସମୟ କହିବ ବୋଲି ପରିବାର ପକ୍ଷରୁ ଥାନା ଅଧିକାରୀଙ୍କୁ କୁହାଯାଇଥିବା ବେଳେ ଶୀର ରଣା ଥାନାକୁ ଆସି ନାହିଁ, କିଏ କେଉଁଠି କାହାକୁ ଦେଲା ବୋଲି ପାଲଟା ପୁଲିସ ଜବାବ ମାଗିଛି । ପୁଲିସର ଜବାବରେ ଆବାକ ହୋଇପଡ଼ିଛନ୍ତି ପରିବାରର ଲୋକେ । ଏହି ଆତ୍ମସମର୍ପଣ ଘଟଣାକୁ ଦେଓଗାଁ ପୁଲିସ ଅସ୍ବିକାର କରୁଥିବାରୁ ପୁଲିସର ଭୂମୀକାକୁ ନେଇ ସନ୍ଦେହ ଘନିଭୂତ ହେଉଛି । ଅନ୍ୟପକ୍ଷରେ ଏହି କେସର ପୂର୍ବରୁ ତଦନ୍ତ କରୁଥିବା ପୁଲିସ ଅଧିକାରୀ ଆତ୍ମସମର୍ପଣ ଦିନ ଦେଓଗାଁ ଥାନାରେ ହଠାତ୍‌ ଆର୍ବିଭାବ ହୋଇଥିବାରୁ ଶୀର ରଣା ଫେରାର୍‌ ଘଟଣା ସହ କିଛି ସର୍ମ୍ପକ ଥିବା ଆଲୋଚନା ହେଉଛି । ଥାନାରୁ ନିଖୋଜ ଥିବା ଶୀର ରଣାର ପରିବାର ଲୋକେ ଶୀରକୁ ଏକ ବାଇକ ଯୋଗେ ନେଇ ଥାନାରେ ଜୀମା ଦେଇଥିବାର କହୁଥିବା ବେଳେ ପୁଲିସ ପକ୍ଷରୁ ଜିମା ଦେଇନଥିବା କହୁଥିବାରୁ ପୁଲିସ ଓ ପରିବାର ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହେବାରେ ଲାଗିଛି । ଥାନାରେ ଲାଗିଥିବା ସିସିଟିଭି ଓ ଥାନା ସମ୍ମୁଖ ଔଷଧ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କଲେ ଶୀରକୁ ଥାନାରେ ଜିମା ଦିଆଯାଇଥିଲା କି ନାହିଁ ଏବଂ ଯଦି ଦିଆଯାଇଥିଲା ତେବେ ଶୀର କେତେବେଳେ କେମିତି ଭାବେ ଥାନାରୁ ଚମ୍ପଟ ମାରିଛି ତାର ରହସ୍ୟ ଉନ୍ମୋଚନ ହେବ ବୋଲି ଆଲୋଚନା ହେଉଛି । ସେ ନିଖାଜ ହୋଇଯାଇଥିବାର ଖବର ପାଇବା ପରେ ପରିବାର ଲୋକେ ମାଁ, ବାପା, ସ୍ତ୍ରୀ, ପୁଅ, ଝିଅ, ଭାଇ ଯାଇ ଥାନା ଆଗରେ ଧାରଣାରେ ବସିଥିଲେ । କିନ୍ତୁ ଦେଓଗାଁ ଥାନା ଅଧିକାରୀ ଏ ବିଷୟ ତଦନ୍ତ କରି ଶୀରକୁ ଖୋଜାଯିବ ବୋଲି ପ୍ରତିଶୃତି ଦେବା ପରେ ଘରକୁ ଫେରିଆସିଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ୫।୧୧।୨୦ତାରିଖ ଶୁକ୍ରବାର ଦିନ ସକାଳ ସଢ଼େ ୮ଟା ସମୟରେ ତାଙ୍‌ଙ୍କ ମା’କୁ ପାଟଣାଗଡ଼ ଯାଉଥିବା କହି ଯାଇଥିଲେ । ଏହି ଦିନ ସନ୍ଧ୍ୟା ସୁଦ୍ଧା ଆସି ନ ଥିବାରୁ ପରିବାର ଲୋକେ ସନ୍ଦେହରେ ରହିଥିଲେ । ଗୋଟିଏ ଦିନ ଖୋଜା ଖୋଜି କରିବା ପରେ କୌଣସି ପତ୍ତା ନ ମିଳିବାରୁ ନିଖୋଜ ଥିବା ନେଇ ଶନିବାର ଦେଓଗାଁ ଥାନାରେ ବାପା ସାରଙ୍ଗ ମେହେର ଅଭିଯୋଗ କରିଥିଲେ। ୯ତାରିଖ ସନ୍ଧ୍ୟାରେ ନିଖୋଜ ଗଜାନନର ବଡ଼ଭାଇ ଗୌତମ ମେହେର ଦେଓଗାଁ ଥାନାରେ ସାରସବାହାଲ ଗାଁର ଶୀର ରଣା ଅପହରଣ କରିଥିବା ନେଇ ଅନ୍ୟ ଏକ ଅଭିଯୋଗ କରିଥିଲେ । ସୁନା ବେପାରୀ ନିଖୋଜ ଘଟଣାରେ ଗୁପ୍ତଧନ(ହଣା) କାରବାର ହୋଇଥିବା ସେହି ସମୟରେ ଅଞ୍ଚଳରେ ଘୋର ଚର୍ଚ୍ଚା ହୋଇଥିଲା । ଗତ ୧୦ତାରିଖ ଦିନ ଗୋଟିଏ କୂଅ ଭିତରେ ଏକ ମୃତ ଦେହ ପଡ଼ିଥିବା ସୂଚନା ପାଇଁ କୂଅକୁ ଦମକଳ ବିଭାଗ ପକ୍ଷରୁ କୂଅର ପାଣି ମଧ୍ୟ ଶୁଖା ଯାଇଥିଲା । ହେଲେ ୧୭ଦିନ ପରେ ଦେଓଗାଁ ଥାନା ବନ୍ଧପଡ଼ା ପାଣ୍ଡି ଅଧିନସ୍ତ ଚିପାକାନୀ ଜଙ୍ଗଳରେ ମୃତଦେହ ଉଦ୍ଧାର କରାଯାଇଥିଲା । ଶବକୁ ପରିବାର ଲୋକେ ଚିହ୍ନଟ ପରେ ହସ୍ତାନ୍ତର କରାଯାଇଥିଲା । ସେହିଦିନ ଠାରୁ ହତ୍ୟା ଘଟଣାରେ ଶୀର ରଣାର ଭୂମିକାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା । ଗଜାନନ ହତ୍ୟାକାଣ୍ଡକୁ ନେଇ ବାରମ୍ବାର ଗଣମାଧ୍ୟମର ପ୍ରକାଶ ପାଉଥିଲେ ମଧ୍ୟ ଶୀର ରଣାକୁ ଗିରଫ ନ କରିବା ଯୋଗୁଁ ପୁଲିସର କାର୍ୟ୍ୟକଳାପକୁ ମଧ୍ୟ ସନ୍ଦେହ କରାଯାଉଥିଲା ।

jay balangir
Leave A Reply

Your email address will not be published.

13 − nine =

error: Content is protected !!