pakka

ଆଜିର ସୂର୍ଯ୍ୟୋପରାଗ କେତେବେଳେ ଏବଂ କେଉଁଠାରେ ଭାରତରେ ଦୃଶ୍ୟମାନ ହେବ, ଆସନ୍ତୁ ଜାଣିବା

bbehera

ନୂଆଦିଲ୍ଲୀ : ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଆଜି ଜ୍ୟେଷ୍ଠ ଆମାବାସ୍ୟାରେ ହେବାକୁ ଯାଉଛି । ଭାରତୀୟ ସମୟ ଅନୁଯାୟୀ, ଏହି ସୂର୍ଯ୍ୟୋପରାଗ ମଧ୍ୟାହ୍ନ ୧:୪୨ ରୁ ଆରମ୍ଭ ହୋଇ ସଂଧ୍ୟା ୬.୪୧ ପର୍ୟ୍ୟନ୍ତ ଚାଲିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସୂର୍ଯ୍ୟୋପରାଗ ଭାରତର ଅଧିକାଂଶ ଭାଗରେ ଦୃଶ୍ୟମାନ ହେବନାହିଁ ।

ନାସା ଦ୍ୱାରା ପ୍ରକାଶିତ ଇଣ୍ଟରାକ୍ଟିଭ୍ ମାନଚିତ୍ର ଅନୁଯାୟୀ, ଭାରତର ଏହି ସୂର୍ଯ୍ୟୋପରାଗ କେବଳ ଲଦାଖ ଏବଂ ଅରୁଣାଚଳ ପ୍ରଦେଶର କିଛି ଅଂଶରେ ଆଂଶିକ ଦୃଶ୍ୟମାନ ହୋଇପାରିବ । କୁହାଯାଉଛି ଯେ, କିଛି ମିନିଟ୍ ସୂର୍ୟ୍ୟାସ୍ତ ସମୟରେ ଏହି ସ୍ଥାନଗୁଡିକ ମଧ୍ୟ ଦୃଶ୍ୟମାନ ହେବ ।

ଉଲ୍ଲେଖଥାଉ କି, ଏହି ସୂର୍ଯ୍ୟୋପରାଗ ଉତ୍ତର ପୂର୍ବ ଆମେରିକା, ୟୁରୋପ, ଉତ୍ତର ଏସିଆ ଏବଂ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଦେଖିଯିବ । ନାସା ମଧ୍ୟ ଏହି ସୂର୍ଯ୍ୟୋପରାଗର ଲାଇଭ୍ ଷ୍ଟ୍ରିମିଂ କରୁଛି, ଯାହାଦ୍ୱାରା ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ସୂର୍ଯ୍ୟୋପରାଗକୁ ଦେଖିପାରିବେ ।

jay balangir
Leave A Reply

Your email address will not be published.

4 + seventeen =