pakka

କରୋନା କଟକଣା ମଧ୍ୟରେ ସାବିତ୍ରୀ ବ୍ରତ : ମନ୍ଦିର ଫାଙ୍କା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାବିତ୍ରୀ ଅମାବାସ୍ୟା । ବିବାହିତା ମହିଳାଙ୍କ ପାଇଁ ବଡ଼ ବ୍ରତ ଭାବରେ ପରିଚିତ ସାବିତ୍ରୀ ବ୍ରତ । କରୋନା କଟକଣା ମଧ୍ୟରେ ବି ଚାଲିଛି ପାଳନ । ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଦାଉ ସାଧିଛି କରୋନା । ମନ୍ଦିର ସବୁ ଫାଙ୍କା । କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ଗହଳ ଚହଳ ନାହିଁ । କାଁ ଭାଁ କେଉଁଠି କେମିତି ମହିଳାମାନେ ଦେବାଳୟ ଯାଇଥିବା ଦେଖିବାକୁ ମିଳିଛି । କରୋନା ଯୋଗୁଁ ଘରେ ଘରେ ପୂଜାର୍ଚ୍ଚନା କରିବା ସହ ସାବିତ୍ରୀ ବ୍ରତ କରୁଛନ୍ତି ବିବାହିତା ମହିଳାମାନେ ।

ସ୍ୱାମୀଙ୍କ ଦୀର୍ଘ ସୁସ୍ଥତା ଓ ନିରାମୟ ଜୀବନ କାମନା କରି ଏହି ବ୍ରତ ରଖନ୍ତି ମହିଳା ମାନେ । ବିବାହ ପରେ ହିନ୍ଦୁ ନାରୀଙ୍କ ପାଇଁ ସାବିତ୍ରୀ ବ୍ରତ ହେଉଛି ଏକ ବଡ଼ ପର୍ବ । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ଓ ବିଭିନ୍ନ ପ୍ରକା ଫଳମୂଳ ଧରି ପୂଜାର୍ଚ୍ଚନା କରାଯାଏ । ସାରା ଦିନ ଉପବାସ ରଖି ଥାଆନ୍ତି ମହିଳା । ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ପରମ୍ପରା ଅନୁସାରେ, ଏହି ଦିନ ସାବିତ୍ରୀ, ସତ୍ୟବାନ ଓ ଯମରାଜଙ୍କୁ ପୂଜା କରାଯାଇଥାଏ । ତେବେ ସ୍ୱାମୀ ସତ୍ୟବାନଙ୍କୁ ପତିବ୍ରତା ପତ୍ନୀ ଦେବୀ ସାବିତ୍ରୀ ମୃତ୍ୟୁ ଦେବତା ଯମରାଜଙ୍କ ହାତରୁ ଛଡ଼ାଇ ଆଣିଥିବା ଏକ କଥାବସ୍ତୁ ଆଧାରରେ ଏହି ବ୍ରତ ପାଳନ କରାଯାଏ ।

Leave A Reply

Your email address will not be published.

13 − seven =