pakka

ଗାଡ଼ିପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାର୍‌ପିଟ୍‌

bbehera

ବୀରମହାରାଜପୁର : ବୀରମହାରାଜପୁର ସହରର ମୁଖ୍ର ଦୈନିକ ବଜାର ନିକଟରେ ଗୁରୁବାର ସନ୍ଧ୍ୟାରେ ଗାଡ଼ି ପାର୍କିଂକୁ ନେଇ ମାର୍‌ପିଟ୍‌ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ୠତ ଗୁରୁବାର ରାତି ୮ଟାରେ ବଜାର ନିକଟସ୍ଥ କ୍ରିଷ୍ଣା କିରାନା ଦୋକାନ ଆଗରେ ତାଙ୍କ ଚାରିଚକିଆ ଡାଲା ଗାଡ଼ି ଥିଲା । ରାସ୍ତା ଉପରେ ରଖିଛୁ କହି ଅନ୍ୟ ଜଣେ ଗାଡ଼ି ଚାଳକ କିରାନା ଦୋକାନୀ ସୁରେଶ ମେହେରଙ୍କୁ ଗାଳିଗୁଲଜ କରିଥିଲେ । ପରେ ଗାଡ଼ି ଚାଳକଙ୍କ ଅନ୍ୟ ସହଯୋଗୀ ସହ ଆସି ସୁରେଶଙ୍କୁ ପ୍ରଚୁର ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଏସ୍‌ଡ଼ିପିଓ ଡୋଳାମଣି ଭୋଇଙ୍କ ନିର୍ଦ୍ଦେଶକ୍ରମରେ ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦେଇଥିଲେ । ଏନେଇ ସୁରେଶ ବୀରମହାରାଜପୁର ଥାନାରେ ଅଭିଯୋଜ କରିଥିବା ବେଳେ ଗତକାଲି ଗ୍ରୋସରି ଦୋକାନୀ ସଂଘ ପ୍ରତିବାଦ କରି ଦୋକାନ ବନ୍ଦ କରିଥିଲେ । ଗାଡ଼ି ଚାଳକ ସଂଘ ପକ୍ଷରୁ ବି ଅଭିଯୋଗ ହୋଇଥିଲା । ପରେ ଆପୋଷ ବୁଝାମଣାରେ ସମାଧାନ ହୋଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

15 − 11 =

error: Content is protected !!