pakka

ୟୁକ୍ରେନ୍‌ ରାଜଧାନୀ କ୍ୱିବ୍‌ ଉପରେ ରୁଷ୍‌ ସେନାର ଜବରଦସ୍ତ ବୋମା ରକେଟ୍‌ ମାଡ଼ : ଦେଶ ଛାଡ଼ି ପଳାଉଛନ୍ତି ହଜାର ହଜାର ୟୁକ୍ରେନୀ, ସାଧାରଣରେ ଘନଘୋର ଆତଙ୍କ

bbehera

କ୍ୱିବ୍‌ : ଆଜି ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନ୍‌ ରାଜଧାନୀ କ୍ୱିବ୍‌ ଉପରେ ରୁଷ୍‌ ସେନା ପ୍ରଚଣ୍ଡ ବୋମା ଓ ରକେଟ୍‌ ମାଡ଼ କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ରୁଷ୍‌ର ନୃଶଂସ ଆକ୍ରମଣରେ ଆତଙ୍କିତ ହୋଇ ହଜାର ହଜାର ସଂଖ୍ୟାର ୟୁକ୍ରେନୀ ପ୍ରାଣ ବିକଳରେ ପଡେ଼ାଶୀ ଦେଶ ଗୁଡ଼ିକୁ ଚାଲିଯାଉଥିବା କୁହାଯାଇଛି । ରାଜଧାନୀର ବଡ଼ ବଡ଼ ଇମାରତ ଉପରେ ଭୀଷଣ ବମ୍‌ ବ୍ଲାଷ୍ଟିଂର ଶବ୍ଦରେ କମ୍ପୁଛି ୟୁକ୍ରେନ ମାଟି । ନାଟୋ ପକ୍ଷରୁ ଆସିଥିବା ନିନ୍ଦା ପ୍ରସ୍ତାବକୁ ଭିଟୋ ପାୱାର ପ୍ରୟୋଗ କରି ରୁଷ୍‌ ଏହାକୁ ଖଣ୍ଡନ କରିଥିବା ବେଳେ ନାଟୋର ପ୍ରସ୍ତାବ ଉପରେ ଭାଗ ନେଇନଥିବା ଭାରତର ପଦକ୍ଷେପକୁ ରୁଷ୍‌ ପକ୍ଷରୁ ପ୍ରଶଂସା କରାଯାଇଛି । ଅନ୍ୟ ପକ୍ଷରେ ୟୁକ୍ରେନ୍‌ ରାଷ୍ଟ୍ରପତି ନିଜ ସପକ୍ଷରେ ମତ ଦେବାକୁ ଭାରତକୁ ଅନୁରୋଧ କରିଛନ୍ତି । ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ୟୁକ୍ରେନ୍‌ରୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଜୋର୍‌ଦାର ଉଦ୍ୟମ କରାଯାଉଥିବା ବେଳେ ୪୭୦ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଜି ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଅଣାଯାଇଛି । ୧୮ରୁ ୨୦ ହଜାର ଭାରତୀୟ ୟୁକ୍ରେନ୍‌ରେ ଫସି ରହିଥିବା ବେଳେ ପର୍ୟ୍ୟାୟ କ୍ରମେ ସମସ୍ତଙ୍କୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ରୁଷ୍‌ ଆକ୍ରମଣରେ ୟୁକ୍ରେନ୍‌ର ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲେ ମଧ୍ୟ ୟୁକ୍ରେନ୍‌ ଆତ୍ମସମର୍ପଣ କରିବାକୁ ସିଧାସଳଖ ମନା କରିଦେଇଛି । ୟୁକ୍ରେନ୍‌ ଦାବୀ କରୁଛି ଯେ, ଯୁଦ୍ଧରେ ହଜାର ହଜାର ସଂଖ୍ୟାର ରୁଷ୍‌ ସୈନିକ ମୃତ୍ୟୁବରଣ କରିଛନ୍ତି । ରୁଷ୍‌ର ନଛୋଡବନ୍ଧା ଆକ୍ରମଣ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଛି । ଯୁଦ୍ଧ ପାଇଁ ସେୟାର ମାର୍କେଟ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ସୁନା ଦର ମଧ୍ୟ ହୁଏ ହୁଏ ହୋଇ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଅଶୋଧିତ ତୈଳ ଦରରେ ମଧ୍ୟ ନିଆଁ ଲାଗିବା ଭଳି ଦର ବୃଦ୍ଧି ଘଟିଛି ।

jay balangir
Leave A Reply

Your email address will not be published.

two × four =

error: Content is protected !!