pakka

ଜୟଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଜୟଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ” ପିଲାଟିଏ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ତହସିଲଦାର ତଥା ଗଞ୍ଜାମ ଏନ୍‌ଏସିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ କୁମାର ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ବର୍ତ୍ତମାନ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ । ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁ, ସଂଯୋଜକ ଭାଗିରଥି ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ପଣ୍ଡା, ଚିନ୍ମୟୀ ପୃଷ୍ଟି, ସୁମିତ ବେହେରା, ଶିକ୍ଷୟତ୍ରୀ ଚିତ୍ରୋତ୍ପଳା ନାୟକ, ଶିକ୍ଷକ ସୋମନାଥ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jay balangir
Leave A Reply

Your email address will not be published.

seven − 1 =