pakka

ମୁକ୍ତ ଚେସ୍ ପ୍ରତିଯୋଗିତା ଉଦ୍‌ଘାଟିତ

bbehera

ରାଉରକେଲା, (ସସ୍ମିତା ପ୍ରଧନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଓ ରିମ୍‌ସ ରୋଟ୍ରାକ୍ଟର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଅଲମ୍ପିକ୍ ଦିବସ ଉପଲକ୍ଷେ ରିମ୍‌ସ ପରିସରରେ ମୁକ୍ତ ଚେସ୍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ଅର୍ଚ୍ଚନା ମହାନ୍ତିଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ଡ. ଅଞ୍ଜନା ମୈତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିମ୍‌ସର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନିଜ ବକ୍ତବ୍ୟରେ କହିଲେ ଯେ ଚେସ୍ ଖେଳ ମାଧ୍ୟମରେ ମାନସିକ ଶକ୍ତି ବିକଶିତ ହୁଏ । ଏହା ସଂଗେ ସଂଗେ ମାନସିକ ଅବସାଦ ଦୂର କରେ । ରିମ୍‌ସ ନିର୍ଦ୍ଦେଶକ ଡ. କେ କେ ପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ ସହ ଚେସ୍ ଖେଳର ଉପାଦେୟତା ସଂପର୍କରେ ମତ ରଖିଥିଲେ । ସଭାପତି ରୋଟାରୀଆନ ମହାନ୍ତି ଓ ଡ. ମୈତ୍ର ରୋଟାରୀ କ୍ଲବ ଷ୍ଟିଲ ସିଟି ଓ ରୋଟ୍ରାକ୍ଟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ରୋଟ୍ରାକ୍ଟ କ୍ଲବର ସଭାପତି ଦେବାଂଶୁ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରକାଶ କୁମାର ସାହୁ ଓ ପ୍ରଦୀପ କୁମାର ବିଶୋଇ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ୬୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିବାକୁ ଥିବା ବେଳେ ରୋଟାରୀଆନ ପୁତୁଲ ରାହୁଲ, ସଂଧ୍ୟା ସାହୁ, ଚମ୍ପାବତୀ ଅମାତ, ଦିଲୀପ ଭୁଇ, ସଂଜୀତ ଛୋଟରାୟ ଓ ବିକାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

3 × one =