csstore

ବରପାଲି ଫାର୍ମାସୀ କଲେଜରେ ଫାର୍ମାସୀ ଡେ’ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଅଙ୍ଗଦାନ ମହାଦାନ ଓ ଏହି କାର୍ଯ୍ୟରେ ଫାର୍ମାସିଷ୍ଟ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବରପାଲି ସହର ଉପକଣ୍ଠରେ ଥିବା ବରପାଲି ଫାର୍ମାସୀ କଲେଜରେ ସୋମବାର ଫାର୍ମାସୀ ଡେ’ ଅବସରରେ ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଥିଲେ ।ସମଲେଶ୍ଵରୀ ବିହାର ପରିସରରେ ଆୟୋଜିତ ଏହି ଉତ୍ସବରେ ପରିଚାଳନା କମିଟିର ସଭାପତି ହିମାଂଶୁ ମୋହନ ଦେଓ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କୁଷ୍ଠ ରୋଗ ଅଧିକାରୀ ଡାକ୍ତର ସୁବାଷ ଅଗ୍ରୱାଲ ଯୋଗଦେଇ ଅଙ୍ଗଦାନର ଉପଯୋଗୀତା ଓ ଏହି ଦାନ ପାଇଁ ଜନ ସଚେତନତାର ଆବଶ୍ୟକ ରହିଛି ଓ ଏଥିରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ମା’ ସମଲେଶ୍ଵରୀଙ୍କଠାରେ ଦ୍ବୀପ ପ୍ରଜ୍ବଳନ କରିବା ପରେ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ରଞ୍ଜନ କୁମାର ସାହୁ ଫାର୍ମାସିଷ୍ଟ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ଅଧ୍ୟକ୍ଷ ଅର୍ଣ୍ଣବାଦିତ୍ୟ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ଆଶୁତୋଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.