pakka

ଆରମ୍ଭ ହେଲା ଇକୋ ରିଟ୍ରିଟ୍‌ : ଭର୍ଚୁଆଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଉତ୍ସବ ଆୟୋଜନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭର୍ଚୁଆଲ୍‌ରେ ୬ଟି ସ୍ଥାନରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଶା କରୁଛି ବହୁ ମାତ୍ରାରେ ଏହା ପର୍ଯ୍ୟଟକଙ୍କୁ ପସନ୍ଦ ଆସିବ । ସମସ୍ତେ ବିଶେଷ କରି ପର୍ଯ୍ୟଟନ ବିଭାଗ ଓ ସମସ୍ତ ଉଦ୍ୟୋଗୀ ଏବଂ ଷ୍ଟେକ୍‌ ହୋଲଡ୍‌ର ଏହାକୁ ସଫଳ କରିବାରେ ସହାୟକ ହେବେ । ଇକୋ ରିଟ୍ରିଟ ଇକୋ ଟୁରିଜିମ୍‌ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିବ । ପର୍ଯ୍ୟଟକ ପାହାଡ଼, ପର୍ବତ, ବେଳାଭୂମି, ଘଞ୍ଚ ଜଙ୍ଗଲର ଅନୁଭୂତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗୁରୁବାର ଦାରିଙ୍ଗିବାଡ଼ି, ହୀରାକୁଦ, ଗଞ୍ଜାମର ପତି ସୋନପୁର, ସାତକୋଶିଆର ବାଲିପୁଟ, କୋରାପୁଟର ପୁଟସିଲ୍‌, ଭିତରକନିକା ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ୍‌ ଉତ୍ସବ ଆରମ୍ଭ ହୋଇଛି । କୋଣାର୍କ ଉତ୍ସବ ପରେ କୋଣାର୍କ ଚନ୍ଦ୍ରଭାଗାରେ ୮ ତାରିଖ ଇକୋ ରିଟ୍ରିଟ୍‌ ଉଦ୍‌ଘାଟନ ହେବ । ସମସ୍ତ ଇକୋ ରିଟ୍ରିଟ୍‌ ସ୍ଥଳୀରେ ଓଡ଼ିଆ ଖାଦ୍ୟ, ପାନୀୟ ସାଙ୍ଗକୁ ନାଚ, ଗୀତ, ଦୁଃସାହସିକ କ୍ରୀଡ଼ା ଓ ମନୋରଞ୍ଜନର ବ୍ୟବସ୍ଥା ହୋଇଛି । ଇକୋ ରିଟ୍ରିଟ୍‌ ସାଙ୍ଗକୁ ପର୍ଯ୍ୟଟକମାନେ ସ୍ଥାନୀୟ ପର୍ଯ୍ୟଟନସ୍ଥଳୀ ବୁଲିବା, ଘଞ୍ଚ ଜଙ୍ଗଲରେ ଦୁଃସାହସିକ ଯାତ୍ରା କରିବାର ନିଆରା ଅନୁଭୂତି ନେବେ । ସେଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ସୁବିଧା, ସୁଯୋଗ ରହିଛି ।

Leave A Reply

Your email address will not be published.

thirteen − seven =