pakka

ରୁଣୀମହୁଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ବାଇକ ଅରୋହୀ ମୃତ୍ୟୁ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଥାନା ରୁଣୀମହୁଲ ଛକ ନିକଟରେ ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁକ ବ୍ୟକ୍ତି ଜଣକ ହେଲେ ଦେଓଗାଁ ଥାନା ଝରାବାହାଲ ଗାଁର ଗୋବିନ୍ଦ ବଗର୍ତ୍ତି ବୋଲି ଜଣାପଡିଛି । ଗୋବିନ୍ଦ ନିଜ ସମ୍ପର୍କୀୟଙ୍କୁ ବଡ଼ମାଲକୁ ଛାଡିବା ପାଇଁ ଆସି ଫେରୁଥିବା ବେଳେ ରୁଣୀମହୁଲ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ତାଙ୍କ ମୃତ୍ୟୁ ହୋଇଥିଲା । ପରେ ସ୍ଥାନୀୟ ଲୋକେ ଖବର ପାଇ ସଇଁନ୍ତଲା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଜବତ କରିବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ପରେ ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ପଠାଇ ଥିବା ଜଣାପଡ଼ିଛି । ଏ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ସଇଁନ୍ତଲା ପୋଲିସ ।

Leave A Reply

Your email address will not be published.

3 × 4 =