csstore

ଗତ ୨୪ ଘଂଟାରେ ୪୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୫୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୭୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୨୯, ବରଗଡରୁ ୫, ଭଦ୍ରକ ୧, ବଲାଙ୍ଗିରରୁ ୬, କଟକରୁ ୬୬, ଦେବଗଡରୁ ୪, ଢେଙ୍କାନାଳରୁ ୬, ଗଞ୍ଜାମରୁ ୩, ଜଗତସିଂହପୁର ୮, ଯାଜପୁରରୁ ୬, ଝାରସୁଗୁଡାରୁ ୧୪, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୨, କେଉଁଝରରୁ ୧, ଖୋର୍ଦ୍ଧାରୁ ୧୫୧, କୋରାପୁଟରୁ ୩, ମାଳକାନଗିରିରୁ ୨, ମୟୁରଭଞ୍ଜରୁ ୪, ନବରଙ୍ଗପୁରରୁ ୫, ନୟାଗଡରୁ ୫, ପୁରୀରୁ ୧୨, ରାୟଗଡାରୁ ୨, ସମ୍ବଲପୁରରୁ ୨୨, ସୁବର୍ଣ୍ଣପୁରରୁ ୭, ସୁନ୍ଦରଗଡରୁ ୨୭ ଓ ଷ୍ଟେଟ ପୁଲ୍‌ରୁ ୩୧ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.