csstore

ସାମ୍ବାଦିକ ଭବନ ଠାରେ ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀମତୀ ସବିତା ନନ୍ଦ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ତରଭା ଏଇଏସ୍‌ କଲେଜର ଅଧ୍ୟକ୍ଷା ସୁଶ୍ରୀ ମୀନତି ମିଶ୍ର, ସ୍ୱତନ୍ତ୍ର ଅତିଥି ଭାବେ ଭିମସାର ବୁର୍ଲାର ଏସୋସିଏଟ ପ୍ରଫେସର ଡା. ବେଣୁଧର ପାଣ୍ଡେ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ରାଜୀବ ସାଗରିଆ, ସମ୍ମାନିତ ଅତିଥି ଭାବେ ସାମଜିକ କର୍ମୀ ଶ୍ରୀମତୀ ରୁପାଲି ମହାନନ୍ଦ, ଏଡ୍‌ଭୋକେଟ୍‌ ତଥା ଗରିବ ସେନାର ସଭାପତି ବିରେନ୍ଦ୍ର ବାଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମାରୋହରେ ସହରର ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.