pakka

କରଞ୍ଜିଆରେ ବସ ଦୁର୍ଘଟଣା

bbehera

କରଞ୍ଜିଆ : କରଞ୍ଜିଆରେ ବସ ଦୁର୍ଘଟଣା ହୋଇଥିବା ଖବର ମିଳିଛି । ଘଟଣାରେ ପାଞ୍ଚ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ଠାକୁରମୁଣ୍ଡା କାଦଡିହା ଛକ ନିକଟରେ । ସୂଚନା ଅନୁଯାୟୀ, ନୀଳମାଧବ ନାମକ ଏକ ଯାତ୍ରୀବାହୀ ବସ୍‌ କରଞ୍ଜିଆରୁ ଠାକୁରମୁଣ୍ଡା ଯାଉଥିବା ବେଳେ କାଦଡିହା ଛକଠାରେ ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ମାଡ଼ି ଯାଇଥିଲା । ଏଥିରେ ୫ ବସ୍‌ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ କରଞ୍ଜିଆ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

1 × one =

error: Content is protected !!