ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍‌

ପୁରୁଷୋତ୍ତମପୁର : ଓଲଟିଲା ଟୁରିଷ୍ଟ ବସ୍‌ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁଚନା ଅନୁଯାୟୀ, ଏକାଧିକ ଯାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ବସ୍‌ ଭଦ୍ରକରୁ ତାରାତାରିଣୀ ଆସିଥିଲେ । ସେଠାରେ ଫେରିବା ବେଳେ ବସ୍‌ଟି ପୁରୁଷୋତ୍ତମପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଯାହାଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣା ସଂପର୍କରେ ଢଖବର ପାଇ ସ୍ଥାନୀୟ ଲୋକେ, ପୋଲିସ, ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

12 − 12 =