pakka

ଖପ୍ରାଖୋଲ ପୋଲିସ ଦ୍ୱାରା ଦୁଇ ଶିଶୁ ସହ ଆଠ ଜଣ ଦାଦନ ଶ୍ରମିକ ଉଦ୍ଧାର

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ଶନିବାର ଦିନ ଦୁଇ ଶିଶୁ ସହ ୮ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ପୋଢ଼ମୁଡ ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ଗୋଟିଏ ବୋଲେରୋ ନଂ ଓଆର-୦୨ବିଇ-୯୯୯୮ ରେ କିଛି ଦାଦନ ଶ୍ରମିକ କଣ୍ଟାବାଞ୍ଜିକୁ ଯାଉଥିବା ବେଳେ ପୋଲିସ ଖବର ପାଇ ଭାଲୁଡୁଙ୍ଗରି ସ୍କୁଲ ନିକଟରେ ଚଢାଉ କରି ଉଦ୍ଧାର କରିଥିଲେ । ଶ୍ରମିକମାନଙ୍କୁ ପଚରାଉଚରା କଲା ପରେ ଦାଦନଙ୍କ ସର୍ଦ୍ଦାର ତରଫରୁ ତାମିଲନାଡୁ ରାଜ୍ୟ ଚେନ୍ନାଇକୁ ଚାଲାଣ କରୁଥିବା ସେମାନେ ପ୍ରକାଶ କରିଥିଲେ । ଖପ୍ରାଖୋଲର ଚୂଡ଼ାମଣି ଭୁଏ ଏବଂ ବୋଲେରୋ ଗାଡି ଡ୍ରାଇଭର ଫାଲ୍ଗୁନୀ ସାହୁଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୭୯/୨୦୨୩ ରେ ଭାରତୀୟ ପେନାଲ କୋର୍ଟର ଧାରା ୩୭୦/୩୭୪/୪୧୭ ଏବଂ ୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଉଦ୍ଧାର ଶ୍ରମିକମାନଙ୍କୁ ନିଜନିଜ ଘରକୁ ପଠାଇ ଦେଇଥିବା ସହ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

four + 20 =