pakka

ତୁଷୁରାଠାରେ ସଡକ ଦୁର୍ଘଟଣାର ଶିକାର ହେଲେ ବାଇକ୍‌ ଆରୋହୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରାଠାରେ ସଡକ ଦୁର୍ଘଟଣାର ଶିକାର ହୋଇ ଜଣେ ବ୍ୟକ୍ତିି ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବ୍ରାହ୍ମଣୀଡୁଙ୍ଗୁରୀର ଗୋପାଳ ରଣା । ସୂଚନା ଅନୁସାରେ ସେ କୌଣସି କାମ ପାଇଁ ତାଙ୍କ ବାଇକ୍‌ ଯୋଗେ ତୁଷୁରାକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାଇକରୁ ଖସି ପଡିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ଠାରେ ଭର୍ତ୍ତି ହୋଇଛନ୍ତି ।

jay balangir
Leave A Reply

Your email address will not be published.

12 − 1 =