ସାଲେପାଲିରେ ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ବୟସ୍କ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ଠାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗୁରୁତର ବୟସ୍କ ବ୍ୟକ୍ତି ଜଣକ ସାଲେପାଲିର ରମେଶ ଷାଣ୍ଢ ବୋଲି ଜଣାପଡିଛି । ରମେଶଙ୍କ କହିବାନୁଯାୟୀ, ତାଙ୍କ ପଡୋଶୀମାନେ ହଠାତ୍‌ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଥିବା ବେଳେ ଖବର ପାଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ୍‌ଠାରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.

four × five =