ରାଉରକେଲା ରିଂ ରୋଡ ୭/୧୫ ଛକ ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା : ଡ୍ରାଇଭର ଆହତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରିଂ ରୋଡ ୭/୧୫ ଛକ ଠାରେ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗାଡ଼ି ନମ୍ବର OD 14Z 6056ରେ ଛେଣ୍ଡ ଅଂଚଳର ଅଭିଳାଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ତାଙ୍କ ଡ୍ରାଇଭରକୁ ସାଙ୍ଗରେ ନେଇ କୌଣସି କାମରେ ଯାଇ ଘରକୁ ଫେରୁଥିବା ସମୟରେ ଡ୍ରାଇଭରଙ୍କ ମୁଣ୍ଡ ବୁଲାଇ ଥିଲାଫଳରେ କାରକୁ ନେଇ ଏକ ଗଛରେ ପିଟିଦେଇଥିଲେ । ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଡ୍ରାଇଭର ଦିବାକର ନାୟକ ଆହତ ହୋଇଥିବା ସୂଚନା ମିଳିଛି । ସଙ୍ଗେ ସଙ୍ଗେ ସେକ୍ଟର ୭ ପୋଲିସ ପିସିଆର୍‌ ସହିତ ୧୦୮ ଘଟଣାସ୍ଥଳରେ ପହଞ୍ଚି ଆହତ ଦିବାକରଙ୍କୁ ଆର୍‌ଜିଏଚ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଘଟଣା ସ୍ଥଳରୁ ଯାହା ଜଣାପଡିଛି ଆହତ ଦିବାକରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।

Leave A Reply

Your email address will not be published.

2 × 1 =