pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

bbehera

କରଞ୍ଜିଆ : କରଞ୍ଜିଆର ଠାକୁରମୁଣ୍ଡା ରାସ୍ତାର ଚାଇଁବାଇଶ ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଠାକୁରମୁଣ୍ଡା ପଟୁ ଦ୍ରୁତ ଗତିରେ ଆସି ଚାଇଁବାଇଶି ଛକ ନିକଟରେ ରାସ୍ତା କଡରେ ଥିବା ଗଛରେ ଧକ୍କା ହୋଇ ରାସ୍ତା ଉପରେ ଓଲଟି ପଡିଥିଲା କାର୍‌ । ତେବେ କାର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କାର୍‌ରେ ବସି ଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରିତେଶ ଗୁପ୍ତା ଏବଂ ଗୁରୁତର ଜଣଙ୍କ ହେଲେ ସଂଜୟ ଯାଦବ ବୋଲି ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି ।

Leave A Reply

Your email address will not be published.

2 × four =