pakka

ପିସ୍ତାରେ ରହିଛି ଅନେକ ଲାଭକାରୀ ଉପାଦାନ

l2

ପିସ୍ତା ହେଉଛି ଏକ ଡ଼୍ରାଏ ଫୁଡ଼୍‌ । ଏହା ଖାଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳିଥାଏ । ଏହା ବିଶ୍ୱାସ କରାଯାଏ ଯେ, ଶୀତଦିନେ ଖାଦ୍ୟରେ ପିସ୍ତାକୁ ଅନ୍ତର୍ଭୁକ୍ତ କରିବା ଉଚିତ । ମୋଟାପଣ ଏବଂ ମଧୁମେହକୁ ନିୟନ୍ତ୍ରଣରେ ରଖିବାରେ ପିସ୍ତା ମଧ୍ୟ ଲାଭଦାୟକ ବୋଲି କୁହାଯାଏ । ସେଥିପାଇଁ ବିଶ୍ୱାସ କରାଯାଏ ଯେ, ପ୍ରତିଦିନ କିଛି ପିସ୍ତା ଖାଇବା ଆବଶ୍ୟକ ।

କେଶ ସହିତ ପେଟକୁ ସୁସ୍ଥ ରଖିବାରେ ପିସ୍ତା ମଧ୍ୟ ଖୁବ୍‌ ଲାଭଦାୟକ । ପିସ୍ତା ପୋଷକ ତତ୍ତ୍ୱ ଏବଂ ଫାଇବରରେ ଭରପୂର ଏକ ଶୁଖିଲା ଖାଦ୍ୟ । ଏଥିରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ, କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ମିଳିଥାଏ । ପୁଣି ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ପିସ୍ତା ଉଚିତ ଶୁଖିଲା ଫଳ ବୋଲି କୁହାଯାଏ ।

ଏହା ବ୍ୟତୀତ ପିସ୍ତା ଖାଇବା ଦ୍ୱାରା ଚର୍ମର ଶୁଷ୍କତା କମିଯାଏ । ମିଡିଆ ରିପୋର୍ଟ ଅନୁଯାୟୀ ପିସ୍ତା ତେଲ ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହା ତ୍ୱଚାକୁ କୋମଳ କରିବା ସହ ଚମକ ଦେଇଥାଏ ।

pp
Leave A Reply

Your email address will not be published.

12 − four =