pakka

ବିଜାପୁରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୧ ଯବାନ ସହିଦ

bbehera

ଜଗଦଲପୁର : ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀ ସାମ୍ନାସାମ୍ନି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏହି ଘଟଣାରେ ସିଆରପିଏଫ୍‌ର ଜଣେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ୍‌ ସହିଦ ହୋଇ ଯାଇଥିବା ଜଣାପଡ଼ିଛି । ଜଣେ ଯବାନ ଆହତ ମଧ୍ୟ ହୋଇଛନ୍ତି । ବିଜାପୁର ଏସ୍‌ପି କମଳ ଲୋଚନ କଶ୍ୟପ ଏ ସଂପର୍କରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ବିଜାପୁର ଜିଲ୍ଲା ଅସୁର ଅଞ୍ଚଳର ତିମ୍ମାପୁରକୁ ଲାଗିଥିବା ଉତ୍‌କେଲ ଜଙ୍ଗଲ ଭିତରକୁ ଯବାନ ମାନେ ସର୍ଚ୍ଚିଙ୍ଗ୍‌ ପାଇଁ ଯାଇଥିଲେ । ଏହି ସମୟରେ ଜଗି ବସିଥିବା ମାଓବାଦୀ ମାନେ ଅଚାନକ ହମଲା କରିଥିଲେ । ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଏସ୍‌.ବି.ତିର୍କି ସହିଦ ହୋଇ ଯାଇଛନ୍ତି ଏବଂ ଜଣେ ଯବାନ ଆହତ ହୋଇଛନ୍ତି ।

jay balangir
Leave A Reply

Your email address will not be published.

two × 1 =

error: Content is protected !!