pakka

ବୋଲେରୋକୁ ଧକ୍କା ଦେଲା ବେଦାନ୍ତ ଟ୍ରକ, ବୋଲେରୋ ଚୁରମାର

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବ୍ଲକ ଛକ ହରେକୃଷ୍ଣ ମହତାବ ହାଇସ୍କୁଲ ସାମ୍ନାରେ ଜାତୀୟ ରାଜପଥ ନଂ.୨୬ରେ ଏକ ବୋଲେରୋ ଗାଡି ବଲାଙ୍ଗିରରୁ ଫେରି ରାତି ୨ଟାରେ ଛିଡା ହୋଇଥିଲା । ଏହି ସମୟରେ ବେଦାନ୍ତ କମ୍ପାନୀର ଏକ ଟ୍ରକ ବୋଲେରୋକୁ ପଛପଟୁ ଧକ୍କା ଦେବା ଯୋଗୁଁ ବୋଲେରୋ ଗାଡିଟି ରାସ୍ତା କଡ଼କୁ ଛିଟିକି ପଡି ଓଲଟି ଯାଇଥିଲା । ତେବେ ବୋଲେରୋ ଗାଡ଼ିରେ ଥିବା ୭ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇ ଯାଇଥିବା ବେଳେ ଜଣେ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

3 × five =