pakka

ଲୋଇସିଂହା ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

bbehera
  • ଗ୍ରାମାଞ୍ଚଳର ବିକାଶ କେବଳ କଂଗ୍ରେସ ଦ୍ୱାରା ସମ୍ଭବ- ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ କିଛି ବର୍ଷ ହେବ ଆପଣମାନେ କ୍ରମାଗତ ଭାବେ ବିଜେପି ଓ ବିଜେଡି ଦଳକୁ ନିଜର ବହୁ ମୂଲ୍ୟ ଭୋଟ ଦେଇ ଆସୁଛନ୍ତି । ଏହି ଦଳମାନଙ୍କୁ ମନଖୋଲି ଭୋଟ ଦେବା ସତ୍ୱେ ଆପଣମାନେ ସାଧାରଣ ମୌଳିକ ସୁବିଧା ମଧ୍ୟ ପାଇବାରୁ ବଞ୍ଚିତ ରହୁଛନ୍ତି । ନିର୍ବାଚନ ପରେ ଗ୍ରାମାଞ୍ଚଳର ଅବସ୍ଥା ଯଉଟାକୁ ସେଇଟା ରହୁଛି । ଇତିହାସ ସାକ୍ଷୀ ଅଛି ଗାଁର ବିକାଶ ଓ ଗ୍ରାସମବାସୀଙ୍କ ଉନ୍ନତିକୁ କେବଳ କଂଗ୍ରେସ ଦଳ ହିଁ ପ୍ରାଧାନ୍ୟ ଦେଇଛି । ତେଣୁ କଂଗ୍ରେସ ଦ୍ୱାରା ହିଁ ଗାଁର ବିକାଶ ସମ୍ଭବ ହୋଇଥାଏ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋଇସିଂହା ବ୍ଲକ ୩୪ନଂ. ଜୋନର କଂଗ୍ରେସ ପ୍ରାର୍ଥିନୀ ସବିତା କାଲସାଏଙ୍କ ପାଇଁ ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି । ଲୋଇସିଂହା ବ୍ଲକର କୁସମେଲ, ଲଙ୍କାବାହାଲ, ଗୁଙ୍ଗି, ଗଡଶଙ୍କର ଡୁଙ୍ଗୁରିପାଲି, ରେଙ୍ଗାଲି, ତାଲଜୁରି, ଫାଲସମାଲ, ଉପରବାହାଲ ଓ ଗେର୍ଟି ଗାଁ ବୁଲିଲା ବେଳେ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ନିର୍ବାଚନ ସମୟ ଆସିଲେ ବିଭିନ୍ନ ଦଳ ବିଗତ ଦିନର ନିଷ୍କ୍ରିୟତା ଓ ବିଫଳତା ଲୁଚାଇବା ପାଇଁ ଜନତାଙ୍କୁ ଭୟ ତଥା ପ୍ରଲୋଭନ ଦେଖାଇ ପୁଣି ଥରେ ଭୋଟ ହାତେଇବା ପାଇଁ ହୀନ ପ୍ରୟାସ କରିଥାନ୍ତି । ତେଣୁ ଲୋକେ ନିର୍ବାଚନରେ ପ୍ରାର୍ଥୀ ଚୟନ ସମୟରେ ଭୟ ତଥା ପ୍ରଲୋଭନର ବଶବର୍ତ୍ତି ହୁଅନ୍ତୁ ନାହିଁ । କେବଳ ଗାଁର ସାମୂହିକ ସ୍ୱାର୍ଥ ଓ ବିକାଶକୁ ପ୍ରାଥମିକତା ଦେଇ ପ୍ରାର୍ଥୀ ଚୟନ କରନ୍ତୁ । ବିଜେପି ଓ ବିଜେଡି ଉଭୟ ଦଳ ଆପଣମାନଙ୍କ ଠାରୁ ଭୋଟ ନେବାପରେ ବିଶ୍ୱାସରେ ବିଷ ଦେଇଛନ୍ତି । ଏପରି ସ୍ଥଳେ କଂଗ୍ରେସ ଦଳ ହିଁ ଆପଣମାନଙ୍କ ସମ୍ମୁଖରେ ଏକମାତ୍ର ବିକଳ୍ପ । ତେଣୁ ଆପାଣମାନେ କଂଗ୍ରେସ ପ୍ରାର୍ଥିନୀ ସବିତା କାଲସାଏଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଅଂଚଳର ବିକାଶରେ ସହାୟକ ହୁଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଓ ପ୍ରାର୍ଥିନୀ ସବିତା କାଲସାଏଙ୍କ ସହିତ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁ, ସନାତନ ସିଂ, ସଞ୍ଜୟ ଗଡତିଆ, ଟଙ୍କଧର ଗଡତିଆ ଓ କୁନ୍ତଳା ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

9 − 6 =