ବନଦୁର୍ଗା ମନ୍ଦିରରେ କଳସ ସ୍ଥାପନ ସହ ନବରାତ୍ର ଦୁର୍ଗାପୂଜା ଶୁଭାରମ୍ଭ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ଦୁର୍ଗାପୂଜାର ଶୁଭାରମ୍ଭ ସ୍ୱରୂପ କଲସ ଶୋଭାଯାତ୍ରା ସହ ଘଟ ସ୍ଥାପନ ହୋଇଯାଇଛି । ପବିତ୍ର ପୁଷ୍କରିଣୀରୁ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ପୂର୍ଣ୍ଣ କଳସ ଆଣି ପୂଜାସ୍ଥଳୀରେ ସ୍ଥାପନ କରାଯାଇଥିଲା । ଚଳିତ ବର୍ଷ କମଳ ଶର୍ମା, ପ୍ରିୟା ଶର୍ମା, ରଜନୀ ଦାସ ଉର୍ମିଳା ପଣ୍ଡା, କ୍ଷମାନିଧି ପଧାନ ସ୍ୱର୍ଣ୍ଣପ୍ରଭା ପଧାନ ତିନି ଦମ୍ପତି କର୍ତ୍ତାଭାବରେ ପୂଜାକାର୍ଯ୍ୟ ସଂପାଦନ କରୁଛନ୍ତି । ପ୍ରତ୍ୟହ ଜଗତ ଜନନୀ ମା’ ଦୁର୍ଗାଙ୍କ ନବ ଅବତାର ଚଣ୍ଡୀପାଠ, ହୋମ, ମଙ୍ଗଳ ଆଳତି ପୂଜାବିଧି ଯଥାରୀତିରେ ହେବା ସହ ବାଳଭୋଗ, ଅନ୍ନଭୋଗ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରଦାନ କରାଯିବ ବୋଲି ପୂଜା କମିଟି ସଭାପତି ଡା.ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଅନୀଳ ବେହେରା, ସୁଶାନ୍ତ କୁମାର ପଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.