କରୋନା କଟକଣା ଯୋଗୁଁ ଫିକା ଫିକା ଦୁର୍ଗା ପୂଜା ମାହୋଲ : ଦେବୀ ଓ ଭକ୍ତଙ୍କ ମଧ୍ୟରେ କରୋନା ପାଲଟିଲା ପାଚେରୀ

ଦେଓଗାଁ, (ମନୀଷ କୁମାର ସାହୁ) : ସନ୍ଧ୍ୟା ହେଲେ ଦେଖିବାକୁ ମିଳୁନି ଝଲସି ଯାଉଥିବା ଆଲୋକମାଳର ଦୃଶ୍ୟ । ଦେଖିବାକୁ ମିଳୁନି ଲୋକଙ୍କ ଭିଡ଼ । ପୂଜା କମିଟି ମଧ୍ୟରେ ମେଢ଼ କିମ୍ବା ଆଲୋକ ସାଜସଜକୁ ନେଇ ହେଉନି ପ୍ରତିଯୋଗିତା । ସନ୍ଧ୍ୟା ଆଳତିରେ ଡିଜେ ମାଇକର ଶୁଣିବାକୁ ମିଳୁନି ପୁରୋହିତଙ୍କ ମନ୍ତ୍ର ଉଚ୍ଚଚାରଣ । ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବାରୁ ଦେବୀ ଓ ଭକ୍ତଙ୍କ ମଧ୍ୟରେ ପାଚେରୀ ସୃଷ୍ଟି କରିଛି କଟକଣା । ଚଳିତ ବର୍ଷ କରୋନା ଏସବୁକୁ ଫିକା କରିଦେଇଛି । ଦିନକୁ ଦିନ କରୋନା ସଂକ୍ରମଣ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଦଶହରା ଭିଡ ସଂକ୍ରମଣ ଆଶଙ୍କାକୁ ବଢ଼ାଇପାରେ ବୋଲି କେବଳ ବିଧି ରକ୍ଷା ପୂର୍ବକ ନିର୍ଦ୍ଦିଷ୍ଟ କଟକଣା ମଧ୍ୟରେ କେବଳ ପୂଜା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.