ବରିଷ୍ଠ ଆଇନଜୀବୀ ରଘୁନାଥ ଆଚାର୍ଯ୍ୟ ଆଉ ନାହାନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ଆଇନଜୀବୀ ରଘୁନାଥ ଆଚାର୍ଯ୍ୟ ଆଉ ନାହାନ୍ତି । ଦୀର୍ଘ ଦିିନ ହେଲା ସେ କର୍କଟ ରୋଗରେ ପୀଡିିତ ଥିଲେ । ଆଜି ସକାଳୁ ତଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ସକାଳ ପ୍ରାୟ ୯ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ହେଉଥିଲା । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଆଇନଜୀବୀମାନଙ୍କ ମଧ୍ୟରେ ସେ ବିଶେଷ ସୁନାମ ଅର୍ଜନ କରିଥିଲେ । ସେହିପରି ତାଙ୍କର ଯୁବାବସ୍ଥାରେ କଂଗ୍ରେସ ଦଳର ପ୍ରଚାର ପ୍ରସାର କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆହୁରି ଠିକାଦାରପଡା ସ୍କୁଲ କମିଟିରେ ସେ ସମ୍ପାଦକ ପଦରେ ଥିବା ସମୟରେ ଠିକାଦାରପଡା ଅଂଚଳରେ ଶିକ୍ଷାର ବିକାଶ କରିବା ଦିଗରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା । ତାଙ୍କ ଅକାଳ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସହରର ବିଭିନ୍ନ ମହଲରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଛି ।

Leave A Reply

Your email address will not be published.