pakka

କରୋନା କଟକଣା ପାଇଁ ଶାରଦୀୟ ଦୁର୍ଗାପୂଜା ଫିକା ପଡ଼ିଲା

bbehera

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପାର୍ବଣ ଋତୁରେ ଚଳିତ ବର୍ଷ କୋଭିଡ କଟକଣା ଲାଗୁ ହୋଇଥିବାରୁ ଡେଲାଙ୍ଗ ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ସେଭଳି ଲୋକଙ୍କ ସମାଗମ ପରିଲକ୍ଷିତ ହେଉନାହିଁ । ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବଜାର ଓ ପୁରପଲ୍ଲୀରେ ଲୋକଙ୍କ ଭିଡ଼ ଜମିବା ସହ ଚିତ୍ତାକର୍ଷକ ତୋରଣ ସାଙ୍ଗକୁ ଆଖି ଝଲସିବା ଭଳି ଆଲୋକମାଳାରେ ପୂଜାମଣ୍ଡପଗୁଡିକ ଝଲସି ଉଠି ଦର୍ଶକମାନଙ୍କୁ ବିମୋହିତ କରୁଥିବା ବେଳେ ଚଳିତ ବର୍ଷ ଦୁର୍ଗାପୂଜା ଫିକା ପଡିଛି । କୋଭିଡ ନିୟମ ଅନୁଯାୟୀ ପୂଜାମଣ୍ଡପଗୁଡିକର ତିନିପାର୍ଶ୍ୱ ବନ୍ଦ କରାଯାଇଥିବା ବେଳେ କେବଳ ସମ୍ମୁଖ ଭାଗ ସାମାନ୍ୟ ଖୋଲାଯାଇ ମା’ଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯାଉଛି । ଡେଲାଙ୍ଗ ଷ୍ଟେସନ ବଜାରରେ ପ୍ରଭାତ କ୍ଲବ ପକ୍ଷରୁ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଯଥାବିଧି ପାଳନ କରାଯାଉଛି । ସେହିପରି ଡେଲାଙ୍ଗ ହାଟ ବଜାର, ଇନ୍ଦିପୁର ବଜାର, କଲ୍ୟାଣପୁର ବଜାର, ଘୋରଡିଆ ଓ ହରିରାଜପୁରରେ ଦୁର୍ଗାପୂଜା ଉତ୍ସବ କୋଭିଡ କଟକଣା ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ପାଳିତ ହେଉଛି । ଡେଲାଙ୍ଗ ଥାନାଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଲିସ ଦଳ ବିଭିନ୍ନ ପୂଜାମଣ୍ଡପ ବୁଲି ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।

Leave A Reply

Your email address will not be published.

4 × 4 =