ମାନବିକତା ଦେଖାଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ମାଁ ବହଲ୍‌ତଲିଏନ୍‌ ଡ୍ରାଇଭର ସଂଘ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡ୍ରାଇଭର ମାନେ ମାନବିକତା ଦେଖାଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ମାଁ ବହଲ୍‌ତଲିଏନ ଡ୍ରାଇଭର ସଂଘ । ସଂଘର ସଭାପତି ରାମଚନ୍ଦ୍ର ବାଗଙ୍କ ନିଆରା ଚିନ୍ତାଧାରାରେ ସମସ୍ତ ଡ୍ରାଇଭରମାନେ ଅନୁପ୍ରାଣିତ ହୋଇ ୫୦ ୟୁନିଟ ରକ୍ତଦାତା ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ ବିଧାୟକ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ବିଶିଷ୍ଟ ସମାଜସେବୀ ନରେନ୍ଦ୍ର ହୋତା, ପ୍ରଦ୍ୟୁମ୍ନ ତ୍ରିପାଠୀ ଯୋଗଦେଇ ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.