pakka

ବିଭିନ୍ନ ଦାବୀ ନେଇ ଗର୍ଜିଲେ ଡ୍ରାଇଭର ମହାସଂଘ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଡ୍ରାଇଭର ଦିବସ ଅବସରରେ ଓଡିଶା ଡ୍ରାଇଭର ମହାସଂଘ ଶାଖା ଗଞ୍ଜାମ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗୁରୁବାର ପୁଇଁତୋଳାଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ଡ୍ରାଇଭର ମହାସଂଘ ସଭାପତି ନରେନ୍ଦ୍ର ଚଣ୍ଡ, ଉପସଭାପତି ଧରଣୀଧର ସାହୁ, ସମ୍ପାଦକ ବବୂଲ ସାହୁ ଓ କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ଛଟେଇଙ୍କ ସମେତ ବ୍ଲକ ଅଂଚଳର ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ସଙ୍ଘ କାର୍ଯ୍ୟାଳୟ ନିକଟରେ ବୃକ୍ଷରୋପଣ କରାଯିବା ସହ କର୍ମକର୍ତାମାନେ କେକ କାଟି ଖୁସି ମନାଇଥିଲେ । ଡ୍ରାଇଭରଙ୍କ ସଂକଳ୍ପର ହାତ, ସଡ଼କ ଦୁର୍ଘଟଣା ମୁକ୍ତ ଭାରତ ବୋଲି ନାରା ଦେଇଥିଲେ ସଙ୍ଘର କର୍ମକର୍ତା । ଏଥିସହ ବିଭିନ୍ନ ଦାବୀ ନେଇ ଗର୍ଜି ଥିଲେ ଡ୍ରାଇଭର ମାନେ । ବିନା ଭୁଲରେ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ଡ୍ରାଇଭର ମାନଙ୍କ ପାଇଁ ଶୌଚାଳୟ ଓ ବିଶ୍ରାମ ଗାର ପ୍ରତି ୧୦ କିମି ଅନ୍ତରରେ ନିର୍ମାଣ କରିବା, ୫୫ ବର୍ଷ ପରେ ଡ୍ରାଇଭରମାନଙ୍କ ପେନସନ ବ୍ୟବସ୍ଥା, ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଓ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ ଆଦି ଦାବୀ ରଖିଛନ୍ତି । ଏଥିସହ ମଦ୍ୟପାନ କରି ଗାଡି ନ ଚଳାଇବା ପାଇଁ ସଙ୍ଘ ପକ୍ଷରୁ ଆହ୍ୱାନ ଦିଆଯାଇଛି ବୋଲି ସଙ୍ଘ ଉପସଭାପତି ଧରଣୀ ଧର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

3 × two =

error: Content is protected !!