pakka

ମନ ମୋହିଛି ଗାନ୍ଧିଜୀଙ୍କ ଜୀବନଦର୍ଶନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ

bbehera

• ଏହି ପ୍ରଦର୍ଶନୀ ସେପ୍ଟେମ୍ବର ୨ ତାରିଖ ଯାଏଁ ଖୋଲା ରହିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳିକାଟୁ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ତଥା ପୌର ପରିଷଦ ଆନୁକୂଲ୍ୟରେ ଆୟୋଜିତ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ହିଞ୍ଜିଳିକାଟୁ ମିନି-ଷ୍ଟାଡିୟମ୍ ଠାରେ ଗଞ୍ଜାମ ଜିଲ୍ଲା ଓର୍‌ମାସ୍‌ ସୌଜନ୍ୟରେ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ହସ୍ତକଳାରେ ନିର୍ମିତମେଳା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗରେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ଗାନ୍ଧିଜୀଙ୍କ ଜୀବନାଦର୍ଶ ସଂପର୍କିତ ବିରଳ ଫଟୋଚିତ୍ର ପ୍ରଦର୍ଶନୀ ସମାରୋହ ଆୟୋଜିତ ହୋଇଯାଇଛି । ହିଞ୍ଜିଳିକାଟୁ ମିନି-ଷ୍ଟାଡିୟମରେ ଆୟୋଜିତ ଉକ୍ତ ପ୍ରଦର୍ଶନୀ ସାମାରୋହକୁ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନୀ କରିଥିଲେ । ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ପୌର-ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ, ସହରାଞ୍ଚଳ ଯୋଜନା ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର, ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦେଶକ ସଚ୍ଚିଦାନନ୍ଦ ନାୟକ, ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରଦର୍ଶିତ ବିରଳ ଫଟୋ ଦେଖି ଭୂୟସୀ ପ୍ରସଂଶା କରିଥିଲେ । ଗାନ୍ଧିଜୀଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ଲୋକମାନେ ଅନେକ ଜ୍ଞାନ ପାଇବେ । ଆଜିର ଦିନରେ ନୂତନ ପିଢ଼ିର ଲୋକଙ୍କ ପାଇଁ ଏହା ଉଦ୍ଧିଷ୍ଟ ଅଟେ ବୋଲି ସାଧାରଣରେ କୁହାଯାଇଛି । ସାଧାରଣ ଅର୍ଥରେ ଗାନ୍ଧିଜୀ ଜଣେ ଆଦର୍ଶବ୍ୟକ୍ତି, ବିଦ୍ଵାନ, ମହାନଦାର୍ଶନିକ, ଜଣେ ସ୍ୱାଧୀନ ଚିନ୍ତନ ବ୍ୟକ୍ତି ଥିଲେ । ସେ ଅଧ୍ୟୟନ କକ୍ଷରେ ଏକାକୀ ବସି ନିଜ ଅଧ୍ୟବସାୟା ଓ ସାଧନ ବଳରେ ସେ ମାନବ ଜନ୍ମର ମୂଲ୍ୟବୋଧକୁ ବୁଝି ପାରିଥିଲେ । ଦୈନନ୍ଦିନ ଜୀବନର ଜଣେ ସିଦ୍ଧହସ୍ତ ବ୍ୟକ୍ତିତ୍ୱ ଥିଲେ । ତାଙ୍କରି ଜୀବନ ଦର୍ଶନ ମୂଲ୍ୟବୋଧକୁ ସେ ଜୟ କରିପାରିଥିଲେ । ଜଣେ କର୍ମଯୋଗୀ ବ୍ୟକ୍ତି ଭାବେ ସଦାସର୍ବଦା ମାନବ ସେବାରେ ସେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ମୂଳ ଲକ୍ଷ୍ୟ ଥିଲା – ମାନବ ସେବା ହିଁ ଈଶ୍ଵରଙ୍କ ସେବା । ଯାହା ତାଙ୍କ ଗରିବରୁ ଅତି ଗରିବ ଲୋକଙ୍କ ସେବା କର୍ମରୁ ପ୍ରକାଶ ହୁଏ । ଦେଶ ସ୍ଵାଧୀନତା ପାଇଁ ଦୁଇଟି ଅସ୍ତ୍ର ବ୍ୟବହାର କରିଥିଲେ । ତାହା ହେଉଛି, ସତ୍ୟ ଓ ଅହିଂସା ନୀତି ସ୍ୱରୂପ ଅସ୍ତ୍ର । ଏହି ଦୁଇଟି ଅସ୍ତ୍ର ବଳରେ ଭାରତ ବର୍ଷ ଭଳି ଭୂଖଣ୍ଡକୁ ସ୍ଵାଧୀନତା ଆଣିଥିଲେ । ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରଦର୍ଶନୀ ସାମାରୋହକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଆୟୋଜନ ଓ ପରିଚାଳନା କରିଥିଲେ । ଗାନ୍ଧିଜୀଙ୍କ ବହୁମୂଲ୍ୟ ଫଟୋ ଚିତ୍ର ଦେଖିବାକୁ ପ୍ରବଳ ଭିଡ଼ ପରିଲିଖିତ ହୋଇଥିଲା । ଏହା ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Leave A Reply

Your email address will not be published.

3 × four =