pakka

ଟ୍ରକ୍‌ ହେଲପର ମାଡରେ ଡ୍ରାଇଭର ଗୁରୁତର

bbehera

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୨ ଚକିଆ ଟ୍ରକ୍‌ର ହେଲପରଙ୍କ ଜ୍ୟାକ୍‌ ରଡ୍‌ ଆକ୍ରମଣରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଟ୍ରକଟି ପେପର ବୋଝେଇ କରି କୋଲକତା ଅଭିମୁଖେ ଯାଉଥିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରେ ସେମାନଙ୍କ ଟ୍ରକର ପମ୍ପଚର ଟାୟାର ଖୋଲିବା ସମୟରେ ଉଭୟ ଡ୍ରାଇଭର ଓ ହେଲପରଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ହେଲପର ଉତକ୍ଷିପ୍ତ ହୋଇ ଟାୟାର ଖୋଲୁଥିବା ଜ୍ୟାକ୍‌ ରଡ୍‌ରେ ଡ୍ରାଇଭରକୁ ଆକ୍ରମଣ କରିଥିଲା । ଗୁରୁତର ଡ୍ରାଇଭର ଜଣଙ୍କ ବିହାର ଦେଓଘର ଜିଲ୍ଲା ଦେବୀପୁର ଥାନା ବାରଗୁନିଆ ଗ୍ରାମର ଭୁବନେଶ୍ୱର ଚୌହାନ ବୋଲି ଜଣାପଡିଛି । ସେପଟେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଡ୍ରାଇଭର । ଆକ୍ରମଣ କରିଥିବା ଟ୍ରକ୍‌ ହେଲପରକୁ ତୁରୁମୁଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲପର ଜଣଙ୍କ ବିହାର ସୀତାମାଢି ଜିଲ୍ଲା ରାସଲପୁରର ଲାଲୁ ସାହାଣୀ ।

Leave A Reply

Your email address will not be published.

seven + 2 =