pakka

ତାଳଚେରରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରି

bbehera

ଭୁବନେଶ୍ୱର : ରାଜ୍ୟରେ ସକାଳୁ ଆରମ୍ଭ ହୋଇଗଲାଣି ଅସହ୍ୟ ତାତି । ଅସମ୍ଭାଳ ତାତିରେ ଆଜି ବି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ତାପମାତ୍ରା ୩୫ ଡିଗ୍ରି ରହିଥିବା ବେଳେ ଭବାନୀପାଟଣାରେ ୩୪.୫, ଟିଟିଲାଗଡ଼ରେ ୩୩.୪ ଡିଗ୍ରି, ଝାରସୁଗୁଡ଼ା ଓ ବାରିପଦାରେ ୩୩ ଡିଗ୍ରି ରହିଛି । ସେହିପରି ବାଲେଶ୍ୱରରେ ୩୨.୨ ଓ ଭୁବନେଶ୍ୱରରେ ୩୧.୮ ଡିଗ୍ରି ତାପମାତ୍ରା ରହିଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅସହ୍ୟ ତାତିରେ ଆଉଟପାଉଟୁ ହେଉଛନ୍ତି ଲୋକେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଣେ ୨୧ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି । ଏହାଫଳରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବାର ଆକଳନ କରାଯାଇଛି ।

Leave A Reply

Your email address will not be published.

12 + 10 =