ଭୁବନେଶ୍ୱର : ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥ(୫୪)ଙ୍କ ପରଲୋକ ହୋଇଛି । କରୋନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଏକ ହସ୍ପିଟାଲରେ ତାଙ୍କର ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ସିଆରପିଏଫରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି କୁହାଯାଇଛି । ସ୍ୱର୍ଗତ ସୁନୀଲ ପାର୍ଥ କରୋନାର ପ୍ରଥମ ଲହରୀ ସମୟରେ ବେଶ୍ ଉଦ୍ୟମ କରିଥିବା ଯୋଗୁଁ ଭୁବନେଶ୍ୱର ସିଆରପିଏଫରୁ କାହାର ଜୀବନହାନୀ ଘଟି ନଥିଲା । ସୁନୀଲ ପାର୍ଥଙ୍କ ଅଚାନକ ଦେହାନ୍ତ ସିଆରପିଏଫ କ୍ୟାମ୍ପସରେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ଏବଂ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।