
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପଞ୍ଚସଖା ସତସଙ୍ଗ କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଗିରି ଗୋବର୍ଦ୍ଧନ ପୂଜା ମୁରିବାହାଲ ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତ କୋକଡୁଙ୍ଗୁରି ମନ୍ଦିର ପ୍ରାଙ୍ଗଣଠାରେ ସଭାପତି ବଳିୟାର ମାଝୀଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପଞ୍ଚସଖା ସତସଙ୍ଗ କମିଟି ତରଫରୁ ତିନି ଦିନ ଧରି ଆଗାମୀ ନଭେମ୍ବର ୧୦ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଷୋହଳ ପ୍ରହରୀ ନାମଯଜ୍ଞ ସହ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ନାମଯଜ୍ଞକୁ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟେକ ରାତ୍ରିରେ ମନୋରଞ୍ଜନ କାର୍ଯ୍ୟକ୍ରମ, ନାଟକ, ଦଣ୍ଡ ନୃତ୍ୟ, ବାହାକ ଆଦି ମଞ୍ଚ କାର୍ଯ୍ୟକ୍ରମ ସହିତ ମୀନା ବଜାର ଉପଭୋଗ କରିବା ପାଇଁ ବରିଷ୍ଠ ଉପଦେଷ୍ଟା ଡ. ନାରାୟଣ ମିଶ୍ର ଉପସ୍ଥାପନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଆୟୋଜକ କମିଟି ସମ୍ପାଦକ କପିଳାସ ଭୋଇ, କୋଷାଧ୍ୟକ୍ଷ ଶଙ୍କର ତାଣ୍ଡି, ବରିଷ୍ଠ ସଦସ୍ୟ ଦିଗସନ ଭୋଇ, ଯଜ୍ଞକର୍ତ୍ତା ନରେନ୍ଦ୍ର ଯାନୀ, ଶରତ ଅମାତ, ତୁଲେଶ୍ୱର ଗହୀର, ସୁଧୀର ବନଛୋର, ରଘୁମଣି ମାଝୀ, ହୀରା ମାଝୀ, ନେପାଳ ପୁଟେଲ, ବ୍ରାହ୍ମଣ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିବା ବେଳେ ତେଜୁରାମ ବାଗ ମଞ୍ଚ ସଂଚାଳନ କରିଥିବା ବେଳେ କେଶବ ଲୁହୁରା ଧନ୍ୟବାଦ ଦେଇଥିଲେ ।