jayashree

କଣ୍ଟାବାଞ୍ଜିରେ ଓଜେସିର ନୂଆଖାଇ ଭେଟଘାଟ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) କଣ୍ଟାବାଞ୍ଜି ହୋଟେଲ ରୟାଲ ଟ୍ୟୁଲିପ୍‌ରେ ଓଜେସି ପକ୍ଷରୁ ଆୟୋଜିତ ହୋଇଥିଲା ନୂଆଖାଇ ଭେଟଘାଟ । ବଲାଙ୍ଗିର ଜିଲ୍ଲା ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୁକିମ୍ ଯୋଗ ଦେଇଥିଲେ । ନିଜ ଅଭିଭାଷଣରେ ସେ କଣ୍ଟାବାଞ୍ଜିର ବିକାଶ ମନ୍ଥର ହୋଇଥିବା ନେଇ ପ୍ରଶ୍ନ ଉଠାଇଥିଲେ । ଏହା ସହ ସ୍ଥାନୀୟ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ସମାଲୋଚନା କରିଥିଲେ । କଣ୍ଟାବାଞ୍ଜିର ବିକାଶ ପାଇଁ ଯୁବକ ଓ ଯୁବତୀମାନେ ଆଗକୁ ଆସି ନେତୃତ୍ୱ ନେବା ଆବଶ୍ୟକ ବୋଲି ମୁକିମ୍ ଆହ୍ୱାନ ଦେଇଥିଲେ । ନୂଆଖାଇ ଭେଟଘାଟ ଅବସରରେ ଓଜେସିର ନେତା ଓ କର୍ମୀମାନେ ଏକାଠି ହୋଇଥିବା ବେଳେ, କଣ୍ଟାବାଞ୍ଜିର ବିକାଶ ଓ ଯୁବ ନେତୃତ୍ୱକୁ ନେଇ ଦଳ ପକ୍ଷରୁ ବାର୍ତ୍ତା ଦିଆଯାଇଛି ।

Leave A Reply

Your email address will not be published.