
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : “ଶହୀଦ୍ ମାଧୋ ସିଂ ସମ୍ମାନ୍”ରେ ସମ୍ମାନୀତ ହେଲେ ପୂର୍ବତନ ଜିଲ୍ଲାପାଳ ଡଃ. ନୃପରାଜ ସାହୁ । ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ (WOYM) ପକ୍ଷରୁ ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଏକ ଭବ୍ୟ ସମାରୋହରେ ଏହି ମର୍ଯ୍ୟାଦା ଜନକ ସମ୍ମାନରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ଡଃ. ସାହୁଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ଏହି ଅବସରରେ ମଞ୍ଚରେ ବିଧାୟକ ଇରାଶିଷ ଆଚାର୍ଯ୍ୟ, ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ଏବଂ ଯୁବା ମଞ୍ଚ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କୁ ଏହି ଅବସରରେ ପ୍ରଶଂସା କରାଯିବା ସହ ସମ୍ବର୍ଦ୍ଧିତ କରି କୁହାଯାଇଥିଲା ଯେ ସେବା, ଶାସନ୍ ଆଉ ସାହିତ୍ୟରେ ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ୍ ଚେହେରା ଏବଂ ପ୍ରଶାସକ ଜୀବନ ଭିତରେ ଶାସନ କାଳରେ ଲୋକଙ୍କ ପାଖରେ ପହଞ୍ଚାଇ, ଜନସାଧାରଣଙ୍କ ମନ ଭିତରେ ଗୋଟେ ବଡ଼ ଜାଗା ପାଇ ପାରିଥିବାରୁ ତାଙ୍କୁ ସାଧୁବାଦ ଜଣାଯାଇଥିଲା । ଟିଟିଲାଗଡ଼ ବିଡିଓ ଭାବରେ ଆରମ୍ଭ କରିଥିବା ପ୍ରଶାସନିକ ଜୀବନ ସୋନପୁର ଜିଲ୍ଲାପାଳ ଭାବରେ ଶେଷ ହେଇଛେ ସତ ହେଲେ ସେହି ଇଲାକା ଏବେ ମଧ୍ୟ ଆପଣଙ୍କୁ ମନେ ପକାଉଛି । ସମ୍ବଲପୁର୍ ବିଶ୍ୱବିଦ୍ୟାଳୟର କୁଳ ସଚିବ ଥିବାବେଳେ ଆପଣ ଆଣିଥିବା ସଂସ୍କାର ଆଜି ଗୋଟେ ପଶ୍ଚିମ୍ ଓଡିଶା ଶିକ୍ଷା କ୍ଷେତ୍ରରେ ତାର ଛାପ ଛାଡିଯାଇଛି । ଏବଂ ଆହୁରି ମଧ୍ୟ କୁହାଯାଇଛି ଯେ, ଲୋକେ ଜିଲ୍ଲାପାଳ ଅଫିସକୁ ଯିବା ପାଇଁ ଡରନ୍ତି କିନ୍ତୁ ଆପଣ ନିଜର ଘର ଲୋକଙ୍କ ପାଇଁ ୨୪ ଘଣ୍ଟା ଖୁଲା କରୁଥିବାର୍ ବୋଧେ ପହେଲା ପ୍ରଶାସକ୍ । ଆମେ ଗର୍ବର ସହିତ ଆପଣଙ୍କୁ ଶହୀଦ୍ ମାଧୋ ସିଂ ସମ୍ମାନ୍ (WOYM କୋଶଲ୍ ସମ୍ମାନ୍)ରେ ସମ୍ମାନୀତ୍ କରୁଛୁ ଏବଂ ଆପଣଙ୍କ ସୁଖମୟ ଜୀବନ କାମନା କରିବା ସହ ମା’ ସମଲେଶ୍ୱରୀ ଆପଣଙ୍କୁ ସହାୟ ହୁଅନ୍ତୁ । ଏହା ଜଣାପଡ଼ିବା ପରେ ଡଃ. ସାହୁଙ୍କୁ ପ୍ରସଂଶକ ତଥା ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।