jayashree

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟି ଶିଶୁ ବାଟିକାର ମାତୃ କର୍ମଶାଳା ଅନୁଷ୍ଠିତ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିରେ ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାର ଉଦଘାଟନୀ ସଭାରେ ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡାର ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତରେଖା କର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ ତଥା ନିଜ ବକ୍ତବ୍ୟରେ ଶିଶୁ ବାଟିକାର ସ୍ୱରୂପ ଓ ୧୨ଟି ଶୈକ୍ଷିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ମାନନୀୟ ଡ. ଲକ୍ଷ୍ମଣ ମେହେର ଉପସ୍ଥିତ ରହି ନିଜ ବକ୍ତବ୍ୟରେ ଶିଶୁ ଗଠନରେ ମାଆ ମାନଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଉପ ସଭାପତି ମାନନୀୟ ପ୍ରଭୂଦତ୍ତ ପ୍ରଧାନ ନିଜ ବକ୍ତବ୍ୟରେ ଶିଶୁ ଅନୁକରଣ ପ୍ରିୟ ହୋଇଥିବାରୁ ମାଆ ମାନଙ୍କ ଭୂମିକାକୁ ଠିକ୍ ଭାବରେ ପାଳନ କରିବାକୁ ପରାମର୍ଶ ଦେଲେ । ଶିଶୁ ବାଟିକା ବିଭାଗର ଶିଶୁ ଭଉଣୀମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ଓ ଅଭିଭାବିକା ଶ୍ରୀମତୀ ପଦ୍ମିନୀ ମହାକୁର ବ୍ୟକ୍ତିଗତ ଗୀତ ଗାନ କରିଥିଲେ । ଉଦଘାଟନୀ ପରେ ଶିଶୁ ବାଟିକା ବିଭାଗରେ କରାଯାଉଥିବା ଶାରୀରିକ, ଭାଷା ବିକାଶ, କ୍ରିୟାକଳାପ, ଗୀତ ପ୍ରଦର୍ଶନୀ ମୋଟ୍ ୬ଟି କାଳାଂଶରେ ୮୦ ଜଣ ମାଆ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆଚାର୍ଯ୍ୟା ରଶ୍ମିତାମୟୀ ଦାଶ ଧନ୍ୟବାଦ ପର୍ବକୁ ଆଗେଇ ନେଇଥିଲେ । ବିଦ୍ୟାଳୟର ଆଚାର୍ଯ୍ୟ ଦିଲ୍ଲୀପ ଥନାପତି, ଧନଞ୍ଜୟ ମହାକୁର, ଟିକେଶ୍ଵର ମିଶ୍ର, ଘନ ମେହେର, ଶତ୍ରୁଘ୍ନ ସିଂହ, ଦେବାଶିଷ ସିଂହ, ଶ୍ରୀରାମ ଥପା, ଆଶିଷ ବିଶ୍ୱାଳ ଓ ଆଚାର୍ଯ୍ୟା ସରିତା ପାଣିଗ୍ରାହୀ, ପ୍ରମୋଦିନୀ ଆଚାର୍ଯ୍ୟ, ଶେଷକାନ୍ତୀ ମଲ୍ଲିକ, ଅର୍ପନା ମେହେର, ତୁଳସୀ ବଢେଇ, ମମତା ମଲ୍ଲିକ, ଭାନୁମତୀ ଉଦୁରକୁଲିଆ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।

Leave A Reply

Your email address will not be published.