jayashree

ବଲାଙ୍ଗିର ବିଚାର ବିଭାଗୀୟ କର୍ମଚାରୀ ସଂଘର ନିର୍ବାଚନ : ସୁବ୍ରତ ସଭାପତି, ଆକାଶ ସମ୍ପାଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଓଡିଶା ବିଚାର ବିଭାଗୀୟ କର୍ମଚାରୀ ସଙ୍ଘ ବଲାଙ୍ଗିରର ସାଧାରଣ ନିର୍ବାଚନ : ସୁବ୍ରତ ସଭାପତି ଆକାଶ ସମ୍ପାଦକ । ନିଖିଳ ଓଡିଶା ବିଚାର ବିଭାଗୀୟ କର୍ମଚାରୀ ସଙ୍ଘ ବଲାଙ୍ଗିରର ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । ନିର୍ବାଚନରେ ସଂଘର ସଦସ୍ୟ ମାନେ ଉତ୍ସାହର ସହିତ ଅଂଶଗ୍ରହଣ କରି ନିଜ ମତଦାନ କରିଥିଲେ । ଏଥିରେ ସୁବ୍ରତ କୁମାର ମିଶ୍ର ସଭାପତି, ଲକ୍ଷ୍ମୀ ନାରାୟଣ ସିଂହ ଉପସଭାପତି ଏବଂ ଆକାଶ ତ୍ରିପାଠୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ବିଶ୍ୱରଂଜନ ପୃସେଠ୍, ସୋମେଶ ରଞ୍ଜନ ବହିଦାର ଏବଂ ଶାନ୍ତନୁ କୁମାର ମିଶ୍ର , ସହକାରୀ ସମ୍ପାଦକ ଭାବେ ଶ୍ରଦ୍ଧାଞ୍ଜଳି ମେହେର ଓ ପ୍ରଭାତ ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ ଚିତ୍ତରଞ୍ଜନ ପାଢ଼ୀ ସହକାରୀ କୋଷାଧ୍ୟକ୍ଷ କ୍ଷେତ୍ରବାସୀ ମିଶ୍ର ନିର୍ବାଚିତ ହୋଇଛନ୍ତି । ନବନିର୍ବାଚିତ କର୍ମକର୍ତ୍ତାମାନେ ସଂଘର ଉନ୍ନତି ଓ ସଦସ୍ୟମାନଙ୍କ ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଛନ୍ତି । ନବନିର୍ବାଚିତ ସଭାପତି ସୁବ୍ରତ ମିଶ୍ର ଘୋଷଣା କରି କହିଥିଲେ ଯେ, ଆସନ୍ତା ୧୧.୧୦.୨୦୨୬ ତାରିଖରେ ଅଲ୍ ଓଡ଼ିଶା ଜୁଡିସିଆଲ୍ ଏମ୍ପ୍ଲୟିଜ୍ ଆସୋସିଏସନ୍‌ର ରାଜ୍ୟସ୍ତରୀୟ ସମ୍ମିଳନୀ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବ । ଉକ୍ତ ସମ୍ମିଳନୀକୁ ସୂଚାରୁ, ସଫଳ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ସମସ୍ତ ସଦସ୍ୟଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ ।

Leave A Reply

Your email address will not be published.