
- ମଦବନ୍ଦ ରାଲି କେବଳ ପ୍ରହସନ : ମୀନତି
ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ସମାଜସେବୀ ମୀନତି ଦେବତା, ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରତିନିଧି ସନ୍ତୋଷ କୁମାର ବିଶ୍ୱାଳ, ରଞ୍ଜିତ ନାୟକ ଓ ବିରେନ୍ ପତି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ମେଫେୟାର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀମତୀ ଦେବତା, ଶ୍ରୀ ବିଶ୍ୱାଳ ପ୍ରମୁଖ କହିଲେ ଯେ, ଏହି ଦେଶୀ ମଦ ନିଲାମ ପ୍ରକ୍ରିୟା ଗତ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା । ସେତେବେଳେ ରାଉରକେଲା ବିଧାୟକ ଏନେଇ ପାଟି ଫିଟାଇନଥିଲେ । ଏବେ ଯେତେବେଳେ ଆମେ ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଏଥିରେ କାଳେ ଅନ୍ୟ କେହି ବାହାବା ନେଇଯିବ ସେଥିପାଇଁ ବିଧାୟକ ଏଭଳି ରାଲି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏଭଳି ପ୍ରହସନକୁ ଜନସାଧାରଣ ଜାଣି ସାରିଲେଣି । ଅନ୍ୟପଟେ ପୁଲିସ ମୁଖ୍ୟ ଡିଜି ନିଶାମୁକ୍ତ ରାଜ୍ୟ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ରାଉରକେଲା ବିଧାୟକଙ୍କ ଏଭଳି କାର୍ଯ୍ୟକ୍ରମ ଏକ ପ୍ରହସନ ବୋଲି ଉପରୋକ୍ତ ନେତା ମାନେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।