jsm

ସାଇଟ ନର୍ସିଂ କଲେଜରେ ବିଶ୍ୱ ସେବୀକା ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେବା ଓ ଶାନ୍ତିର ପ୍ରତୀକ ଫ୍ଲୋରେନ୍‌ସ ନାଇଟ୍‌ ଏଙ୍ଗେଲ୍‌ଙ୍କ ଜନ୍ମ ଦିନକୁ ସାରା ବିଶ୍ୱରେ ସେବୀକା ଦିବସ ଭାବେ ପାଳନ କରାଯାଉଛି । ସେହି କ୍ରମରେ ଆଜି ତାଙ୍କର ଜନ୍ମ ଦିନରେ ସଦାଇପାଲି ପଲ୍ଲିଶ୍ରୀ ବିହାର ପରିସରରେ ସାଇଟ ନର୍ସିଂ କଲେଜ ତରଫରୁ ବିଶ୍ୱ ସେବୀକା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଫ୍ଲୋରେନ୍‌ସ ନାଇଟ୍‌ ଏଙ୍ଗେଲ୍‌ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ କେକ୍‌ କାଟି ସାଇଟ କଲେଜର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଉଦ୍‌ଘାଟନ କରିଥିଲେ । ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ଫ୍ଲୋରେନ୍‌ସ ନାଇଟ୍‌ ଏଙ୍ଗେଲ୍‌ଙ୍କ ପରି ସମସ୍ତ ନର୍ସିଂ ଛାତ୍ରଛାତ୍ରୀ ସମାଜର ଉନ୍ନତି ପାଇଁ କାମ କରିବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମରୁନ ନିସା, ହିତ୍ତିକା ମହାନ୍ତି, ଜେନିଫା ନାୟକ, ଅନୁପମା ବାଗ, ସୁସ୍ମିତା ସୁନା, ପ୍ରଜ୍ଞା ପରିଡା, ରିତା ସାହୁ, ଜତିନ ରଣା, ଶରତ ପଧାନ, ଅମିୟ ଯୋଷୀ, ଶୁଭେନ୍ଦୁ ମାହାର, ମହମ୍ମଦ କାଜିମ୍‌, ସୌମ୍ୟରଂଜନ ନାଗ, ପ୍ରଶାନ୍ତ ତ୍ରିପାଠୀ, ଲୋକନାଥ ସିଂହ ଆଦି ଉପସ୍ଥିତ ଥିଲେ । ଶେଷରେ ଡ. ପ୍ରମୋଦ ମିଶ୍ର ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.