csstore

ନଭେମ୍ବର ୧୬ରେ ଡେଲାଙ୍ଗରେ ଜାତୀୟ ପ୍ରେସ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ଡେଲାଙ୍ଗ ପ୍ରେସ କ୍ଲବ ଏବଂ ମେକ୍ ଇନ ଇଣ୍ଡିଆ ଆଣ୍ଡ୍‌ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ଆସନ୍ତା ୧୬ ତାରିଖରେ ଜାତୀୟ ପ୍ରେସ ଦିବସ ପାଳନ କରିବାକୁ ଯାଉଛି । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗତକାଲି ରାମଚନ୍ଦ୍ରପୁର ଗ୍ରାମ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମସ୍ତ ପ୍ରିଣ୍ଟିଂ, ବୈଦ୍ୟୁତିକ, ଓବ ମିଡିଆ ସାମ୍ବାଦିକ ରଶ୍ମିରଞ୍ଜନ ପ୍ରଧାନ, ଦିଲ୍ଲୀପ କୁମାର ଧାଉଡିଆ, ଚିତ୍ତରଞ୍ଜନ ଜେନା, ଚନ୍ଦ୍ରଶେଖର ବିଶ୍ୱାଳ, ପ୍ରଦୀପ ବିଶ୍‌ଶ୍ୱାଳ, ପ୍ରଦୀପ ନାୟକ, ଶୁଭଲକ୍ଷ୍ମୀ ସେନାପତି ଓ ହିମାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ପ୍ରେସ ଦିବସ ୧୬ ତାରିଖରେ ଡେଲାଙ୍ଗ ବ୍ଲକର କାର୍ଯ୍ୟରତ ସମସ୍ତ ପତ୍ରକାର, ବୈଦ୍ୟୁତିକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।

jayashree
Leave A Reply

Your email address will not be published.