pakka

ଡେଙ୍ଗ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ପାଳିତ

bbehera
  • ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳର ଉପାଦେୟତା ସମ୍ପର୍କରେ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡୟକ୍ରସ ଆନୁକୂଲ୍ୟରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମନିତ ଅତିଥି ଭାବରେ ଖେଡୁ ରଣା ଯୋଗ ଦେଇଥିଲେ । ଜଳ ବିନା ପୃଥିବୀରେ କୌଣସି ଜୀବର ସତ୍ତା ନାହିଁ । ଜଳ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ପିଇବା ଠାରୁ ଆରମ୍ଭ କରି ଗାଧୋଇବା ପର୍ୟ୍ୟନ୍ତ ଜଳ ହେଉଛି ଏକ ପ୍ରାକୃତିକ ଉତ୍ସ ଯାହା ଆମର ଦୈନନ୍ଦିନ ଜୀବନରେ ଅପରିହାର୍ଯ୍ୟ ଅଟେ । ଆମେ ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଥିବା ଅଧିକାଂଶ ଜଳ ଭୂତଳ ଜଳ, ତୁଷାର ଏବଂ ନଦୀ ତଥା ଝରଣା ଗୁଡିକରୁ ଆସିଥାଏ । ଆମର ସ୍ଥିର ଏବଂ ସୁସ୍ଥ ଜୀବନଶୈଳୀ ଅଛି ବୋଲି ସୁନିଶ୍ଚିତ କରିବାରେ ଏହି ପ୍ରାକୃତିକ ସମ୍ପଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧୁର ଜଳର ଗୁରୁତ୍ୱ ସର୍ବୋତ୍ତମ ଅଟେ । ଜନସଂଖ୍ୟା ବୃଦ୍ଧି ସହିତ ଜଳର ବ୍ୟବହାର ବୃଦ୍ଧି ପାଉଛି, ସେତେବେଳେ ଏହାର ଉପଲବ୍ଧତା ହ୍ରାସ ପାଉଛି । ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ସମ୍ପଦଠାରୁ ଦୂରେଇ ନଯିବା ପାଇଁ ମଧୁର ଜଳ ସଂରକ୍ଷଣରେ ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ । ବିକାଶ ଲକ୍ଷ୍ୟ (ଏସଡିଜି) -୬ ସ୍ୱଚ୍ଛ ଜଳ ଏବଂ ପରିମଳ ଉପରେ ଧ୍ୟାନ ଦେଇଥାଏ । ୨୦୨୪ ପାଇଁ ବିଶ୍ୱ ଜଳ ଦିବସ ପାଳନର ଥିମ୍ ହେଉଛି ଶାନ୍ତି ପାଇଁ ଜଳ । ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱ ରାଜନୀତିରେ ସ୍ଥିରତା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରିବା । ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ଵ ତଥା ଆବଶ୍ୟକତା ବିଷୟରେ ଅତିଥି, ପ୍ରଧାନଶିକ୍ଷକ ତଥା ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମତପ୍ରକାଶ କରିଥିଲେ । ଏକ ଜନ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିଛନ୍ତି । କାର୍ଯ୍ୟମରେ ଜୁନିଅର୍‌ ଆସିଷ୍ଟାଣ୍ଟ ଅବିନାଶ ଭୋଇ, ଶିକ୍ଷୟିତ୍ରୀ ରେଣୁକା ସାହୁ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ, ଶିକ୍ଷକ କୃପାସିନ୍ଧୁ ମିଶ୍ର, ସମୀର ସେଠୀ, ଲିଙ୍ଗରାଜ ନନ୍ଦ, ହିମାଂଶୁ ବିଶ୍ୱାଳ, ସୁଦର୍ଶନ ଦାଶ , ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ପରିଚାଳନା କରିଥିଲା ବେଳେ ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡ୍‌କ୍ରସ କର୍ମୀ ରାମନାରାୟଣ ଦାଶ ସଂଯୋଜନା କରିଥିଲେ । ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fifteen + eleven =