pakka

ଆଇଆର୍‌ଇଏଲ୍ ସୌଜନ୍ୟରେ ପୋଡ଼ାପଦର ଠାରେ ସ୍ୱାସ୍ଥ୍ୟ ଶିବିର

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏହି ଦିନିକିଆ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିରରେ ୧୭୦ ଜଣ ଲୋକ ବହିଃ-ଚିକିତ୍ସାର ସୁଯୋଗ ଲାଭକରି ମାଗଣାରେ ବହୁ ଉନ୍ନତମାନର ବଜାରରେ ଉପଲବ୍ଧ ହେଉଥିବା ଔଷଧୀୟ ଉପକରଣ ଲାଭ କରି ରୋଗୀମାନେ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି ଓ ଆଇଆର୍‌ଇଏଲ୍ (ଇଣ୍ଡିଆ) ପ୍ରତିଷ୍ଠାନର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ଶିବିରରେ ପଞ୍ଚାୟତ ସଦସ୍ୟ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ଏହି ଆନୁଷ୍ଠାନିକ ଶିବିର କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ପକ୍ଷରୁ ଡେପୁଟୀ ଜେନେରାଲ ମ୍ୟାନେଜର ରିସର୍ଚ୍ଚ ତଥା ସିଏସ୍‌ଆର୍‌ ଏନ୍. କେ. ନାୟକ, ମ୍ୟାନେଜର ସିଏସ୍‌ଆର୍‌ ଦୀପକ କୁମାର ମିଶ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରି ତଦାରଖ କରିଥିଲେ । ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ବିଭାଗ ତରଫରୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଫାର୍ମାସିଷ୍ଟ ଓ ଡାକ୍ତରୀ ଟିମ୍ ଯୋଗଦେଇ ଏହାକୁ ସଫଳ କରିଥିଲେ ।

jay balangir
Leave A Reply

Your email address will not be published.

7 − two =