pakka

୨୩ତମ ଜାତୀୟ ସବ୍‌ ଜୁନିୟର ଉଷୁ ପ୍ରତିଯୋଗିତାରେ ଓଡିଶା ଦଳରେ ବଲାଙ୍ଗିରରୁ ସୁହାନୀ ଗୁରହାଣ୍ଡି ମନୋନୀତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ୨୬ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାମ୍ମୁଠାରେ ହେବାକୁ ଥିବା ୨୩ତମ ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ସର୍ବମୋଟ ୪୬ ଜଣ ବାଳକ, ବାଳିକା ଆସନ୍ତା ୨୪ ତାରିଖଖୁ ଟାଟା ନଗର ଠାରୁ ଯାତ୍ରା ଆରମ୍ଭ କରିବେ । ଏଥିରେ ବଲାଙ୍ଗିର ଜିଲ୍ଲାର ସୁହାନୀ ଗୁରହାଣ୍ଡି ୩୩ କେଜି ଫାଇଟ ଇଭେଣ୍ଟରେ ଅଂଶଗ୍ରହଣ କରିବେ ବୋଲି ବଲାଙ୍ଗିର ଜିଲ୍ଲା କୋଚ୍‌ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ଏବଂ ଜିଲ୍ଲା ସଂଘର ସଭାପତି ତପନ ପାଣିଗ୍ରାହୀ ସଫଳ କାମନା କରିଛନ୍ତି ।

jay balangir
Leave A Reply

Your email address will not be published.

one × 5 =