pakka

ସମ୍ୱିତ୍ ନାହାକଙ୍କ ୪ର୍ଥ ଜନ୍ମ ବାର୍ଷିକ ଅବସରରେ ରକ୍ତଦାନ ଶିବିର ଆୟୋଜିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରରେ ଶିଶୁ ସମ୍ବିତ୍‌ର ଜନ୍ମଦିନ ଅବସରରେ ଗୁରୁବାର ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ନାହାକ ପରିବାର ତରଫରୁ ସୁଶାନ୍ତ ନାହାକ ଓ ସୁମିତ୍ରା ନାହାକଙ୍କ ପୁତ୍ର ସମ୍ବିତ୍ ନାହାକଙ୍କ ୪ର୍ଥ ଜନ୍ମ ବାର୍ଷିକ ଅବସରରେ ଆନୁଷ୍ଠାନିକ ଭାବେ ଏହି ରକ୍ତଦାନ ଶିବିର ଉଦ୍‌ଘାଟନ ହୋଇଥିଲା । ପ୍ରକାଶ ଥାଉକି, ଗ୍ରୀଷ୍ମ କାଳୀନ ଅବସରରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଥାଏ । ସବୁ ବେଳେ ଆମେ ଶୁଣୁଥାଉ ଯାହା ଫଳରେ ଜଣକ ଜୀବନ ବୁନ୍ଦାଏ ପାଇଁ ଆମ୍ଭେ ରକ୍ତ ଉପରେ ନିର୍ଭରଶୀଳ ହୋଇଥାଉ । ତେଣୁ ଏହି ରକ୍ତଦାନ ଶିବିର ଆୟୋଜିତ କରି ସମାଜକୁ ଏକ ନିଆରା ଉଦାହରଣ ଦେଇଛନ୍ତି । ଏହି ଶିବିରରେ ୫୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ବ୍ରହ୍ମପୁର ରକ୍ତ ଭଣ୍ଡାରକୁ ପଠାଯାଇଛି । ଏହି ଶିବିରକୁ ଡ଼ା. ଆଶିଷ ପାତ୍ର, ଛତ୍ରପୁର ପ୍ରେସ୍ କ୍ଲବ୍ ସଭାପତି ରବୀନ୍ଦ୍ର ପଣ୍ଡା, ଉପସଭାପତି ସନ୍ତୋଷ ମିଶ୍ରଙ୍କ ସକ୍ରୀୟ ଉପସ୍ଥିତରେ ଏହି ଶିବିରକୁ ଆୟୋଜନ ହୋଇଥିଲା । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷୀକ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ରୋଟାରୀୟନ୍ ଏସ. ରେଖା ମହାନ୍ତି ଶିବିର ପରିଦର୍ଶନ କରି ଉଦ୍ୟକ୍ତ ବନ୍ଧୁ ବର୍ଗ ତଥା ସାମ୍ୱାଦିକ ସୁଧୀର ନାହକଙ୍କ ପରିବାର ବର୍ଗଙ୍କୁ ସାଧୁବାଦ ଜଣାଇଥିଲେ ।

jay balangir
Leave A Reply

Your email address will not be published.

8 + seventeen =