pakka

ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ଯୁବକ ମୃତ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଭରସୂଜା ଗ୍ରାମ ପଂଚାୟତ ପିପିଲିପାଲୀ ଗ୍ରାମ ନିକଟସ୍ଥ କୁଲାରୀ ଯୋରର ବିସର ଘାଟରେ ଗ୍ରାମର ସୁଶାନ୍ତ ପୋଢ ବୟସ (୨୫) ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ମୃତ ସୁଶାନ୍ତ ପୋଢଙ୍କ ବାପା ରୂପା ପୋଢ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାଟି ୨୧-୩-୨୪ ଦିନ ୧୨.୩୦ଟାରୁ ୧ଘଣ୍ଟା ସମୟ ମଧ୍ୟରେ ଘଟିଥିବା ସୂଚନାରୁ ପ୍ରକାଶ । ସୁଶାନ୍ତ ପାଣିରେ ବୁଡି ଯାଇଥିବା ବେଳେ ଗ୍ରାମର ଶେଷ ପୋଢ, ମନୁ ପୋଢ, ଛିନ ପୋଢ ପାଣିରୁ ଉଦ୍ଧାର କରି ବାହାରକୁ ଆଣିବା ପରେ ଜାଣିବାକୁ ପାଇଲେ ଯେ, ସୁଶାନ୍ତ ପ୍ରାଣ ହରାଇ ସାରିଛନ୍ତି । ତେଣୁ ସଂଗେ ସଂଗେ ପରିବାର ଲୋକଙ୍କୁ ତଥା ଗ୍ରାମବାସୀଙ୍କୁ ଜଣାଇଥିଲେ । ପରିବାର ଲୋକଙ୍କ ସହ ଗ୍ରାମବାସୀ ଆଗଲପୁର ଥାନାକୁ ଖବର ଦେଇଥିଲେ । ଆଗଲପୁର ଥାନାରୁ ଏଏସ୍‌ଆଇ ଅନ୍ତର୍ଯ୍ୟାମୀ ବେହେରା ଓ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲେ । ଏହା ପରେ ମାଜିଷ୍ଟ୍ରେଟ୍ ରୂପେ ଆଗଲପୁର ତହସିଲଦାର ଚୈନୁ ଗଣ୍ଡ ଓ ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ ପହଂଚି ଶବକୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ମୃତ୍ୟୁ ସୁଶାନ୍ତ ପୋଢଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

nineteen − twelve =